Odia Poem Gale Se Chali (ଗଲେ ସେ ଚାଲି) by Nibedita Nayak

ଗଲେ ସେ ଚାଲି

ସରନ୍ତା ନି କି ଏ ରେଳ ଧାରଣା ଅଟକି ଯାଆନ୍ତା କି ଏ ସମୟ ପୂରଣ ହେଇଯାଆନ୍ତା ଭାବନା ପାଖେ ରହି ଯା’ନ୍ତେ ମୋ ଆପଣା ।୧। ହୁଏ କାଇଁ ଅଧୈର୍ଯ୍ୟ ମନ ମୋର ଲାଗୁଛି ବୋଧେ ତାକୁ ବହୁତ ଡର ଦୁଃଖ କି ତା’ଠୁ ଦୂରେଇ ଯିବାର ଭୀଷଣ କଷ୍ଟ କି ବିଚ୍ଛେଦ ହେବାର ।୨। ପ୍ରଥମ ଦେଖରେ କଳ୍ପନା ଯାହା ଥିଲା କେଜାଣି କେବେ ତାହା ବଦଳିଗଲା ଅବିଚ୍ଛେଦ୍ୟ ଅଂଶ ସେ ମୋ ଜୀବନର ସବୁ ଦୁଃଖ…

ଅଧିକ ପଢ଼ନ୍ତୁ
Odia Poem Alinganara Bele Bela Bayasa Heijae (ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ) by Sucharita Patra

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ

ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ ଶିଥିଳ ହୁଏ ଅଥିର ହୁଏ କେବେକେବେ ମୃଦୁ କିମ୍ବା ଟାଣ ଚାପରେ ମୋଡ଼ିମକଚି ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ଆଲିଙ୍ଗନରେ ତୃପ୍ତି ଅଭିମାନ ନିର୍ଭୟ ଶାନ୍ତି ଲାଗେ ହେଲେ ତା’ର ନିଶା ହୋଇଗଲେ ସୁସ୍ଥ ମଣିଷ ବି ରୋଗିଣା ହୋଇଯାଏ ହଁ ଆଲିଙ୍ଗନର ବେଳେବେଳେ ବୟସ ହୋଇଯାଏ । ତା’ର ଉଷ୍ଣ ଓ ଶୁଷ୍କତାରେ ଭାବନା ଜାଣିହୁଏ କିନ୍ତୁ ତା’ର ବି କ’ଣ ଗୋଟାଏ ମୁଖା ଥାଏ ନାଇଁ ନାଇଁ…

ଅଧିକ ପଢ଼ନ୍ତୁ
Odia Poem Panthei Jala (ପନ୍ଥେଇ ଜଳ) by Debasish Mohapatra

ପନ୍ଥେଇ ଜଳ

ଫଗୁଣର ଫଗୁ ସରି ଗଲା ପରେ, ଆସିଯାଏ ଚଇତିର ପନ୍ଥେଇ ଜଳ । ଦୂର ଆକାଶ ରୁ ଶୁଭାଯାଏ, ହୁଳହୁଳିର ଏକ ଅବିସ୍ମୟ ଝଙ୍କାର । ଚଇତିର ମଙ୍ଗଳବାର, ମଙ୍ଗଳାଙ୍କ ଅସୀମ ଅପାର ହୁଳହୁଳିରେ କମ୍ପୁଥାଏ ଅମ୍ବର । ସିଞ୍ଚିଲା ଜଳ, ପିଇଲା ତାଙ୍କ କୃପାର ଜଳ ଜୀବନ ପରିଧିରେ ପାଇଗଲା ସେ ତାଙ୍କ କରୁଣା ଅପାର । – ଦେବାଶିଷ ମହାପାତ୍ର

ଅଧିକ ପଢ଼ନ୍ତୁ
Odia Poem Pralobhana Baniku Sabadhan (ପ୍ରଲୋଭନ ବାଣୀକୁ ସାବଧାନ) by Alekh Meher

ପ୍ରଲୋଭନ ବାଣୀକୁ ସାବଧାନ

ଲପନରେ ହସ ମୁଖରେ ଗରଳ ଅନ୍ମେଷିବା କାଠିକର, ପୀୟୁସ ବିଚାରି ଭକ୍ଷଣ କରନ୍ତେ କଳେବର ଛାରଖାର । ନୀଚମନା ସଦା ସ୍ୱାର୍ଥ ସିଦ୍ଧ ପାଇଁ ଧରେ ସୁଦ୍ଧ ଯୋଗୀ ବେଶ, ନିର୍ଜନ ବେଳାରେ ହରି ନିଏ ମାନ ଯେସନେ ଲଙ୍କା ନରେଶ । ସୁଯୋଗ ଖୋଜଇ ସ୍ୱାର୍ଥର ବାଟୋଇ ପକାଇବ ନେଇ କୂପେ, ଜାଣିବା ବେଳକୁ ବିଯଦ ଘନେଇ ବରଷିବ ଆପେ ଆପେ । ମାନୀ ଦୁଃସାସନ ଦେଉଛନ୍ତି ଜ୍ଞାନ ଶକୁନି ସଙ୍ଗତେ ମିଳି, ସୁରା ମଧୁମୟ ହରି ନେବ ଭୟ…

ଅଧିକ ପଢ଼ନ୍ତୁ
Odia Poem Debabrata (ଦେବବ୍ରତ) by Smruti Ranjan Barik

ଦେବବ୍ରତ

ଗୁଞ୍ଜେ ଚଉଦିଗ, ଧରାପୃଷ୍ଠ ସରଗ, ମହୀତଳ ସୁଭାଷିତ ଦେବବ୍ରତ ଜନମ । ସାତଭ୍ରାତା ଅନ୍ତେ ସ୍ପର୍ଶ ଭୂମିକୋରତ, ଗଙ୍ଗାକୋଳ ପୂର୍ଣ୍ଣକରେ ବୀର ଦେବବରତ । ସାତପୁତ୍ର ଦାନକରେ ଗଙ୍ଗା ନିଜ ଗରଭେ, ଶାନ୍ତନୁର ନିବେଦନେ ରଖେ ତାକୁ ଶରଧେ । ଅଭିଶପ୍ତ ଜୀବନ ଏ ଗଙ୍ଗାମାତା ଜାଣଇ, ଦେବବ୍ରତ ସାଥେ ଧରି…ସରଗ ସେ ଫେରଇ । ବାଲ୍ୟକାଳୁ ଗଙ୍ଗାପୁତ୍ର ଦେଖାଏ ତା’ ବୀରତ୍ୱ, ଗୁରୁପାଶେ ଆଚରଇ ଧର୍ମ ତା’ର ଶିଷ୍ୟତ୍ୱ । ଶ୍ରେଷ୍ଠଜ୍ଞାନ ଆହରଇ ଶ୍ରେଷ୍ଠ ଶିଷ୍ୟ ମଗନେ, ଗୁରୁଆଜ୍ଞା ଶିରୋଧାର୍ଯ୍ୟ ଦେଖେ ନିତ୍ୟ…

ଅଧିକ ପଢ଼ନ୍ତୁ