ସତୀ ଗୁଡ଼ି
ମେଛେଲ୍ଲୁ ବୁଢାକେ ସଭେ ଜାନିଥିଲେ ଧରୁଥିଲା ଗୁଟେ ବାଡ଼ି ମୁଡ଼େଢ଼ଁ ରଂଗିନ୍ ପଗ୍ଡ଼ି ନିଜର୍ ବହର୍ ସାଂଗେ ଲଟର୍ ପଟର୍ ଧରା ପଡ଼୍ଲାକି ରାଏତ୍ ଅଧିଆ କିରାସିନି ରୁକି ମାରିଦେଲା ନିଆଁଖାଡ଼ି ବହ ଛାଡ଼ୁଥଲା ରଡ଼ି ପୂରା ଘର୍ ଗଲା ପୁଡ଼ି ଇଲାକାର୍ ସେ ବଡ଼୍ଖା ପଏସାବାଲା ପାଢ଼ଁଚ୍ଟା ଗାଆଁର୍ ମଝା ଠାନ୍କେ ବାଛ୍ଲା ଜମିନ୍ ଘିନି ଜଲ୍ଦି ବନେଇଦେଲା ସୁଂଦର୍ ସତୀ ଗୁଡ଼ି ଆଖର୍ ପାଖର୍ ମାଏଝି ଗୁହୁଡ଼ି ଲମେଇ ଥିସନ୍ ଧାଡ଼ି କବାର୍ ବୁତା…

