You are currently viewing ଜୀବନ ପୃଷ୍ଠାରେ
ଜୀବନ ପୃଷ୍ଠାରେ

ଜୀବନ ପୃଷ୍ଠାରେ

ଜୀବନର କିଛି ପୃଷ୍ଠାର ପଛକୁ
ଯାଇ ଦେଖେ ତ ତୁମକୁ ପାଏ
ସ୍ମୃତିକୁ ରୋମନ୍ଥନ କରେ
ତୁମସାଥେ ଚୁପ୍ ଚାପ ନଈକୂଳ ତୁଠରେ
ରାଗ ଅଭିମାନ ସବୁ ଅଜାଡ଼ି ଦିଅ ମୋ ଉପରେ
ଆଉ ବାନ୍ଧି ହୋଇଯାଅ ମୋ ଛାତି ଚିବୁକରେ
ଢଳ ଢଳ ଲୋତକ ପୁର୍ଣ୍ଣ ଆଖିରେ କୁହ
ଛାଡ଼ି ଚାଲିଯିବନି ତ ସମୟ ସୁଅରେ
ସେହି ଅମୂଲ୍ଯ ସମୟରେ ନିଜକୁ
ସମ୍ଭାଳି ପାରୁନଥିଲି ସତରେ
ପୂର୍ବରୁ ନିଜକୁ ସମର୍ପଣ କରିଥିଲି
କେବଳ ହୃଦୟକୁ ଛୁଇଁ
ସେହି ଦିପ୍ତୀମନ୍ତ ପ୍ରେମ ନଈରେ
ଆଜି ସେହି ବାସ୍ତବ ଚିତ୍ର ଅବାସ୍ତବ ଗଳ୍ପରେ
ଆଉ ଦେଖା ଯାଉ ନାହିଁ ଏ ମୋ ଆଖିରେ
ସେହି ଗୋଲାପୀ ଅଧରରେ ମୁକ୍ତାଝରା ହସ
ଦେଖାଯାଉଛି କେବଳ ଶୂନ୍‌ଶାନ୍ ନଗ୍ନପଥ
ଯେଉଁ ପଥରେ ତୁମର ପାଉଁଜି
ଶବ୍ଦ ବଜାଇ ଚାଲିଯାଇଥିଲ
ଆଜି ସେହି ପଥ ନିରବତା, ନିଶବ୍ଦ ନିର୍ବିକାର
ଏଇ ମୋ ଜୀବନ ପୃଷ୍ଠାରେ ।।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଭବାନୀ ମାଝୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।