କପେ ଚା’
ତମ କପେ ଚା’ରେ ମୋ ନିସ୍ତେଜ ଶରୀରଟା ଯନ୍ତ୍ର ପରିକା ଚିହିଁକି ଉଠେ ଏଇଠି ଥାଏ ତମ ରାଗ ରୁଷା ଅଭିମାନ ମିଶା ପ୍ରେମର ଅଗାଧ ପରଷ । ଏଇଠି ବଖାଣ ତମ ଶହ ଶହ କୈଫତ ଫେରାଦ କରି ଚାଲ ଗୋଟିକ ପରେ ଗୋଟିଏ ଅସମାହିତ ଫର୍ଦ୍ଦ ଆଉ ତମ ଅସହିଷ୍ଣୁତାର ଅମାନିଆ ପ୍ରଶ୍ନ ॥ ମୁଁ କିନ୍ତୁ ନିରୁପାୟ ନା ଏପଟ ନା ସେପଟେ ତମ ପରଷା ଚା’କୁ ଓଠକୁ ଓଠ ଚାପି ଖୁବ୍ ସରାଗେ ଢୋକ…

