ନିରବଛିହ୍ନ ପ୍ରୟାସ

ନିରବଛିହ୍ନ ପ୍ରୟାସ

ଆକାଶର ଧୂଳିଭରା ଛାତି ଭିତରେ, ଲୁଚି ଯାଇଛି ତା’ର ଆଶାର ଆଲୋକ ଫୁଟି ମହକିବା ଆଗରୁ, ଦଳି ହେଇଯାଇଛି କେବେଠୁ ସେଇ ଫୁଲ ଆଖିର ଲୁହ ସହ ନେସି ହେଇଯାଇଛି, ଅଗଣିତ ସୁନେଲି ସପନ ଜାଣିଛି ସେ ଜୀବନଟି ତା’ର, ଚିରା ମଇଳା କାଗଜର ଫର୍ଦ୍ଦ ତଥାପି ଶୂନ୍‌ଶାନ ରାତିର କିଟିମିଟି ଅନ୍ଧାରରେ ପାଦକୁ ଆଗେଇ ନଉଛି ସଳିତାର ଆଲୁଅରେ ଅର୍ଥହୀନ ଶୂନ୍ୟତାର ଆବରଣ ଭିତରେ ପୁଟୁଳି ବାନ୍ଧି ଚାଲିଛି ସେ କେତେ ଆବେଗର ନିୟତି ଯେମିତି…

ଅଧିକ ପଢ଼ନ୍ତୁ
premara-swarupa

ପ୍ରେମର ସ୍ୱରୂପ

ସପନ ଅଧିକତର ଭାଙ୍ଗି ଯାଆନ୍ତି ଆପଣାର ଲୋକ ରୁଷି ଯାଆନ୍ତି ପ୍ରେମ ସାଗରର ଉର୍ମିମାଳାରେ ପାଗଳ ପ୍ରେମୀ ବୁଡ଼ି ଯାଆନ୍ତି !! କେବେ ପବିତ୍ର ପ୍ରେମ କରି ଦେଖ ପ୍ରେମିକର ଚାହ, ଅସରନ୍ତି କୋହ ଜୀବନରେ କିଛି ଲକ୍ଷ୍ୟ ପାଇ ଦେଖ ପ୍ରେମ ବିନା କିଛି ନାହିଁ ସବୁ ମୋହ !! ବିଫଳ ପ୍ରେମିକର ଗତି ଏମିତି ବିଦଗ୍ଧ କବି ରଙ୍ଗ ରୂପ ଯେମିତି ଯେବେ ସବୁ ସ୍ମୃତି ଏକତ୍ରିତ ହୁଅନ୍ତି ଏକ ପ୍ରେମକବିର ଜନ୍ମ ହୋଇଥାନ୍ତି !! ସଭିଏଁ କ୍ଷତ…

ଅଧିକ ପଢ଼ନ୍ତୁ
Bhauni

ଭଉଣୀ

ତୁ… ସ୍ୱର୍ଗପୁରର ପରୀଟିଏ ଅବା ମର୍ତ୍ତ୍ୟଲୋକର ଦେବୀ, ତୋ ଆକାଂକ୍ଷାବାଦର ମନ ଭିତରେ ସ୍ନେହଭରା ଏକ ଛବି । ଦେବତାମାନଙ୍କ ଆଶିଷ ଘେନି ପହଞ୍ଚିଛୁ ମୋ ପାଖେ, ଦ୍ୱିତୀୟ ମା’ର ସ୍ୱରୂପ ତୁ, ଭଉଣୀ ବୋଲି ମୁଁ ଡାକେ । ଅନାବିଳ ତୋ’ର ପ୍ରେମ, ହୃଦ ଖୋଲା ପ୍ରତି ହସ, ନିଷ୍କପଟ ତୋ’ ମନ ଭିତରେ ଭାବନାର ଉଚ୍ଛ୍ୱାସ । ମୋ’ ଜୀବନଚିତ୍ରକୁ ଭରିଛୁ ତୁ ନାନା ରଙ୍ଗେ, ମୋ ପ୍ରତ୍ୟେକ ଭାବନା ଲହଡ଼ି ତୋ’ପାଖେ ଯାଇ ଭାଙ୍ଗେ । ସରଳ ଜୀବନ…

ଅଧିକ ପଢ଼ନ୍ତୁ
badalijaichhi-gaon

ବଦଳିଯାଇଛି ଗାଁ

ସହରକୁ ଛୁଇଁବା ନିଶାରେ ବଦଳି ସାରିଛି ଗାଆଁ ନା ସହରକୁ ଛୁଇଁପାରିଛି ନା ଗାଆଁ ହୋଇ ରହିପାରିଛି ଗାଆଁ ହରାଇଛି ତା’ର ସତ୍ତା ନାହିଁ ଆଉ ମାଟିଗୋଡ଼ି ରାସ୍ତା ଦିଶୁନାହିଁ ତାଳଗଛେ ବାଇଆ ବସା ଶୁଭୁନାହିଁ କୋଇଲିର କୁହୁ କୁହୁ ନାହିଁ ପୁଣି ଘରଚଟିଆ, କୁମ୍ଭାଟୁଆ ସବୁ ଲାଗେ ଖାଁ ଖାଁ ବଦଳି ସାରିଛି ଗାଁ… ଇଲେକ୍ଟ୍ରିକ୍ ଆଲୁଅରେ ଫିକାଲାଗେ ଜହ୍ନର ଜ୍ୟୋସ୍ନା ଜଣା ପଡ଼େନାହିଁ କେବେ ଆସେ ପୂର୍ଣ୍ଣିମା କେବେ ଅମାବସ୍ୟା… ହଜିଗଲାଣି ଗାଁ ଚାଷବାସ…

ଅଧିକ ପଢ଼ନ୍ତୁ
corona-short-story

କୋରନା

ଗାଆଁରୁ ବାହାନା ନେଇକି ବାହାରି ଯାଇଥିବା ଅମିତକୁ ଲିପି ପଚାରିଲା, “ଏବେ ତ ସବୁ ବନ୍ଦ ହେଇ ପଡ଼ିଛି । କିଟ୍ ଆଣିବାକୁ କେତେ ଦିନ ଲାଗିବ ଯେ? ମୋତେ ବହୁତ ଭୟ ଲାଗୁଛି ।” ଓହୋ ! ମୁ କ’ଣ ହାତ ଯୋଡ଼ିକି ଘରେ ବସିଛି କି? ଜାଣି ପାରୁନ? ଲକ୍ ଡାଉନ୍ ଚାଲିଛି ପରା? ଅମିତର ଚଢ଼ା ଗଳାର ଉତ୍ତରଟା ଲିପିକୁ ଟିକେ କେମିତି ଅଡ଼ୁଆ ଲାଗିଲା । ଦୂରଭାଷକୁ ରଖି ରଖି ମନରେ ଭାବୁଥିଲା କାହିଁକି କେଜାଣି ଭୁଲ୍…

ଅଧିକ ପଢ଼ନ୍ତୁ