You are currently viewing ମନସ୍ତତ୍ତ୍ୱ
ମନସ୍ତତ୍ତ୍ୱ

ମନସ୍ତତ୍ତ୍ୱ

ହଜିଯାଏ ମୁଁ ମୋ ମନ ମଧ୍ୟରେ
ଖୋଜିଥାଏ ମନକୁ ହୃଦୟର ପରିସୀମା ମଧ୍ୟରେ ॥

ରହିଛିକି, ସେ କେଉଁ ସ୍ଵପ୍ନରେ ବିଳାସୀତାରେ
ନା, ରହିଅଛି ମୋ ହୃଦୟର କଳ୍ପନା ଭିତରେ ॥

ମଧୁର ସେ ସ୍ଵପ୍ନର ମୂହୁର୍ତ୍ତକୁ ଖୋଜିପାଇ ନାହିଁ,
ପାରୁନାହିଁ, ମୁଁ କସି ତା’ର ପରିସଂଖ୍ୟାନକୁ ॥

ଜାଣିବାର ଇଚ୍ଛା ଟାଣି ନେଉଛି ମୋତେ
ସେହି ସ୍ଵପ୍ନର ଗନ୍ତାଘରକୁ
ଏକାକୀ କସିବାକୁ ମନର ମାନସାଙ୍କକୁ ॥

ହଜିଯାଇଛି ପୁଣି ମୋ ମନ ଆଉ ସ୍ଵପ୍ନର ସମସ୍ତ ଶବ୍ଦ
ମୋର ମନସ୍ତତ୍ତ୍ୱ ମଧ୍ୟରେ,
ବିଶାଳ ମୋ ମନର ମନସ୍ତତ୍ତ୍ୱ ବିଶାଳ ତା’ର କୋଷ ମଧ୍ୟରେ,
ମୁଁ ଆଉ ମୋ ମନର ମନସ୍ତତ୍ତ୍ୱ ମଧ୍ୟରେ
ଜିଜ୍ଞାସାର ମଧ୍ୟରେ, ପାଇବାର ଇଚ୍ଛାରେ, ଖୋଜିବାର ଶେଷରେ
ଅମୃତ ବେଳା ସାଗରରେ ॥

ଲକ୍ଷ୍ମୀ ପ୍ରିୟା ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...