ମୋ ବୋଉ ଭାରି ଭଲ
ମୋ ବୋଉକୁ ଯିଏବି କଷ୍ଟ ଦିଏ, ମୋ ବୋଉ ତାକୁ ବେଶୀ ଭଲପାଏ । କାରଣ ମୋ ବୋଉ ଭାରି ଭଲ । ଯୈଥପରିବାରେ ସମସ୍ତଙ୍କୁ ଆପଣାର କରିବା ପାଇଁ ନିଜ ସ୍ୱପ୍ନକୁ ଭାଙ୍ଗିଦିଏ, କାରଣ ମୋ ବୋଉ ଭାରି ଭଲ । କାହାର ଦେହ ଖରାପ ହେଲେ ଡହ ଡହ ତାତିରେ ଖାଲି ପାଦରେ ମନ୍ଦିର ଯାଏ, କାରଣ ମୋ ବୋଉ ଭାରି ଭଲ । ଘରର ସମସ୍ତେ ନଖାଇବା ଯାଏ ରୋଷେଇଘରକୁ ଜଗି ସେମିତି ବସିଥାଏ, କାରଣ ମୋ ବୋଉ…

