bhija-golapara-barta

ଭିଜା ଗୋଲାପର ବାର୍ତ୍ତା

କାଲି ରାତି ପୁଣି ବରଷିଛି ମେଘ, କାଲି ରାତି ପରା ଭିଜିଛି ଶେଯ !! ସିୟାହି ଝରିନି କଲମରୁ କାଲି, ତଥାପି ଭିଜିଛି ମନ କାଗଜ ! ଲେଖିବି କାହିଁକି ଲେଖିବି କେମିତି, ବୁଡ଼ୁଛି ଖାଲି ପ୍ରେମ ଜୁଆରରେ । ତଥାପି ମୁଁ ତୃଷା ତୀବ୍ର ବୈଶାଖର, ତୁ ବନ୍ଦୀନି ତୋ’ ଚାରି ଦୁଆରରେ । ତା’ ବାଦେ ରହିଛି ଅନେକ ପ୍ରାଚୀର ପ୍ରେମ ପଥେ ପରା କଣ୍ଟକ ଭରା । ଶାଖାରେ ଫୁଟିବା ଥିଲା ଗୋଲାପଟି, ଭିଜିଛି ମୋ ସାଥେ ସେ ରାତି…

ଅଧିକ ପଢ଼ନ୍ତୁ
emiti-kahinki-hue

ଏମିତି କାହିଁକି ହୁଏ?

ଆଶ୍ରା ନେଇଥିବା ବାଇ ଚଢ଼େଇଟି ନୀଡ଼ ଭାଙ୍ଗି ଉଡ଼ି ଯାଏ ଜମା ହେଇଥିବା ବରଫ ଖଣ୍ଡଟି ପାଣି ପରି ବୋହି ଯାଏ ଏମିତି କାହିଁକି ହୁଏ? ଅଚିହ୍ନା ଲୋକଟେ ଭିଡ଼ ଭିତରୁ ଆପଣାର ମନେ ହୁଏ ନିଜର ଲୋକଟି ପାଖରେ ଥାଇ ବି ନିଜଠୁ ଦୂରେଇ ଯାଏ ଏମିତି କାହିଁକି ହୁଏ? ବେଳାଭୂମିରୁ ବାଲି ଘରଟିକୁ ସମୁଦ୍ର ଭସେଇ ନିଏ କାହିଁ କେତେ ଦୂରୁ ଶାମୁକା ଗର୍ଭରୁ ମୁକୁତା ଫେରେଇ ଦିଏ ଏମିତି…. କାହିଁକି ହୁଏ ?…

ଅଧିକ ପଢ଼ନ୍ତୁ
nistabdha-ratira-paunji

ନିସ୍ତବ୍ଧ ରାତିର ପାଉଁଜି

ରାତି ପାହିବାକୁ ଆଉ ବେଶ୍ କେଇ ଘଣ୍ଟା ବାକି ଥାଏ, ମିତାଲିର ଭୟ ଭରା ଡାକ ଶୁଭିଲା ଶୋଭନକୁ । “ଶୋଭନ !! ମୋତେ ବହୁତ ଡର ଲାଗୁଛି, ଗୋଟେ ପାଉଁଜିର ସ୍ଵର ମୋତେ ବାରମ୍ବାର ଉଠେଇଦେଉଛି ।” ମିତାଲି କୋହ ଆଉ ଭୟରେ କଣ୍ଠ ଥରେଇକି ଶୋଭନକୁ କହୁଥାଏ । ମିତାଲି କଥା ସରିଛି କି ନାହିଁ, ରୋଷେଇ ଘରୁ ପଟେ ଥାଳି ତଳକୁ ଖସି ପଡ଼ିଲା ପରି ଜୋରରେ ଶବ୍ଦଟେ ଭାସି ଆସିଲା । ଛାତ ଉପରେ ଦୁଲ୍ ଦୁଲ୍ ହେଇ…

ଅଧିକ ପଢ଼ନ୍ତୁ
jibanara-sesha-dina

ଜୀବନର ଶେଷ ଦିନ

ଜାଣିପାରନ୍ତି ଯଦି ମୁଁ ଆଜି ମୋ ଜୀବନର ଶେଷ ଦିନ ତଥାପି କ’ଣ ଆଜି ଯାଇଥାନ୍ତା ଠିକ୍ ସେମିତି ଗଲା ଦିନ ସବୁ ମୋର ବିତିଛି ଯେମିତି ନା… ମରିବା ଭୟରେ ବଞ୍ଚିଯାଇଥାନ୍ତି ସେ ସମୟକୁ ପ୍ରତ୍ୟେକଟି କ୍ଷଣ । ବଳକା ପଡ଼ିଯାଉଥିବା ସମୟ ସବୁ ହୁଏତ ସେଦିନ ପାଇଁ ପଡ଼ିଯାଆନ୍ତା ନିଅଣ୍ଟ ସୂର୍ଯ୍ୟ ଆଉ ଚନ୍ଦ୍ର ଉଦୟର ସୀମିତ ପରିସୀମା ଭିତରେ ହୁଏତ ମୋ ସ୍ୱପ୍ନ ସବୁ ପୂରଣ ହେବାପାଇଁ ଖୋଜୁଥାନ୍ତେ ବାଟ । ଲୁହ ଢାଳନ୍ତି ମନେପକାଇ…

ଅଧିକ ପଢ଼ନ୍ତୁ
prithibi

ପୃଥିବୀ

ପୃଥିବୀ ପୃଷ୍ଠକୁ ଋତୁଚକ୍ର କ୍ରମେ ଛଅ ଋତୁ ଆସିଥାଏ, ଗ୍ରୀଷ୍ମ ପରେ ବର୍ଷା ଶରତ ହେମନ୍ତ ଶୀତ ବସନ୍ତଟି ଯାଏ । ଗ୍ରୀଷ୍ମର ପ୍ରକୋପ କରେ ଅସ୍ତବ୍ୟସ୍ତ ବରଷାକୁ ଖୋଜୁ ଥାଏ, ଆକାଶ ବରଷା ଝରି ପ୍ରଶମିତ ଦେହ ମନୁ ଚାଲିଯାଏ । ଶରତ ହେମନ୍ତ ଘାସରେ କାକର ମୁକ୍ତା ପରି ଦେଖା ଦିଏ, ପ୍ରକୃତି ରାଣୀର ସବୁଜିମା ରୂପ ଆସ୍ତେ ଆସ୍ତେ ଭରିଯାଏ । ଶୀତର ବେଦନା ଜଣାଇ ଆସେନା ଦେହକୁ ଥରାଇ ଦିଏ ହେଲେ ଫଳ ପୁଷ୍ପ ଭରିଯାଇ…

ଅଧିକ ପଢ଼ନ୍ତୁ