You are currently viewing ଏ କି ପରିସ୍ଥିତି?
ଏ କି ପରିସ୍ଥିତି?

ଏ କି ପରିସ୍ଥିତି?

ସାରା ପୃଥିବୀକୁ କରୋନା ବ୍ୟାପିଛି
ମହାମାରୀ ରୂପ ନେଇ,
ଜୀବନ ହାରିଲେ ଲକ୍ଷ ଲକ୍ଷ ଲୋକ
ସତେ ପୋକମାଛି ହୋଇ ।

ନାହିଁ ନିଦ ଆଜି କାହାରି ଆଖିରେ
ହୋଇଛି ଚିନ୍ତା ବିଷୟ,
ସମସ୍ତଙ୍କ ମନେ କୋହର ସମୁଦ୍ର
ପରିସ୍ଥିତି ଆଜି ଅସହ୍ୟ ।

ଘରେଘରେ ଆଜି ଶୁଭଇ କ୍ରନ୍ଦନ
ଶୋକର ଛାୟା ଖେଳିଛି,
ଏ ସାରା ଜଗତ ହାହାକାର ଆଜି
ସବୁଠି ଭୟ ଦିଶୁଛି ।

ସରକାର ଆଜି କରନ୍ତି ଘୋଷଣା
ସମସ୍ତେ ଘରେ ରୁହନ୍ତୁ,
ନିଜ ଘରଦ୍ୱାର ନିଜ ପରିବେଶ
ସମସ୍ତେ ସୁସ୍ଥ ରୁହନ୍ତୁ ।

ଡାକ୍ତର ପୋଲିସ ଘରକୁ ଯିବେନି
ଏମାନଙ୍କୁ ଆଜି ମନା,
ପ୍ରାର୍ଥନା କରିବା ଏମାନଙ୍କ ପାଇଁ
ନ ଆସୁ ଦୁଃଖ ଯାତନା ।

ଜଗତର ନାଥ ଆହେ ଜଗନ୍ନାଥ
ଆସ ଏକାଳ କଳିରେ,
ଦୁଷ୍ଟ କରୋନାକୁ ନାଶ କରିଦିଅ
ଜନମ ନିଅ ମହୀରେ ।

କୃଷ୍ଣେନ୍ଦୁ ହୋତା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣେନ୍ଦୁ ହୋତା ବଲାଙ୍ଗୀର ଜିଲ୍ଲାର ସରଗଡ଼ା ଅଞ୍ଚଳର ବାସିନ୍ଦା, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।