You are currently viewing ସପନର ସୌଦାଗର
Odia Poem Sapanara Saudagara (ସପନର ସୌଦାଗର) by Sandhyarani Dash

ସପନର ସୌଦାଗର

ଗହଳ ନିଦରେ ହୃଦ୍ ସ୍ପନ୍ଦନରେ
କରି ଦେଲ ନୂଆ ଘର
ଖରା ଛାଇ ମିଶା ଆଲୋକ ଭିତରେ
ସପନର ସୌଦାଗର ।

କେବେ ପାଶେ ଥାଅ କେବେ ଦୂରେ ଦୂରେ
ତୁମକୁ କି ଭୁଲି ପାରେ
ତୁମ ପାଇଁ ମୋର ହୃଦୟ କୋଣଟି
ଭରେ ନିତି ସପନରେ ।
ତଥାପି କାହିଁକି ବୁଝେ ନାହିଁ ମନ
ମନେ ପଡ଼ ବାର ବାର ।

ମିଛ ପ୍ରତାରଣା କରେ ବାଟ ବଣା
ସ୍ମୃତି ସବୁ ଅପାଶୋରା
ମଧୁ ଶୋଷି ପୁଣି ଦୂରେ ଗଲ ଚାଲି
ନୟନ ଲୁହରେ ଭରା ।
ଭଙ୍ଗା ମନ ଭଙ୍ଗା ହୃଦୟକୁ ଧରି
ଅପେକ୍ଷା ଆର ପାରିର ।

ରଙ୍ଗ ଲିଭିଲାଣୀ ମନରୁ ଦେହରୁ
ଆଖିରେ ବୟସ ଗାର
ତନୁ ମନ ମୋର ଆପେ ଜଳି ଯାଏ
ପାଦ ହେଲାଣି ଅଥିର
ଜୁଇ ତଳେ ଥାଇ ଲୁହ ନଈ ବାହି
ତୁମେ ମୋର ଆପଣାର ।
ସପନର ସୌଦାଗର ।

– ସଂଧ୍ୟା ରାଣୀ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସନ୍ଧ୍ୟାରାଣୀ ଦାଶ ଓଡ଼ିଶା ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ମୁଖ୍ୟତଃ ଆମ ସମାଜ, ପରିବେଶ ଆଉ ଭକ୍ତିଅର୍ଘ୍ୟ ଉପରେ ତାଙ୍କର ଲେଖନୀ ଚାଳନା କରନ୍ତି ।