You are currently viewing ପଥ ସମ
Odia Poem Patha Sama (ପଥ ସମ) by Dushmant Behera

ପଥ ସମ

ସମୟ ବାଟରେ ମୁଁ ପଥସମ
ଆଗେଇବା ଆଗରୁ ଭାବନା
ବୁଡ଼େ ସ୍ୱପ୍ନ ତୁଠରେ !!

ଦୁଇ ପାଦର ବାଟ ସାକ୍ଷୀ
ମୁହିଁ ଛାଇ ଛଇଳକୁ ଦେଖି
ପବନ ଭସେଇ ନିଏ !!

ମୋ ମଧୁର ମହକ ରାଶି
ମଉନ ମନ ମୋର ବସିଛି
ଚାହିଁ ସମୟ ପଥ !!

ସାଙ୍ଗେ ସଙ୍ଗାତ କରି ଠେଲି
ଦେଉଛି ମୋ ଅତୀତର
ଅତୀତ ହସି ଦେଇ !!

ପ୍ରାଣ ଅଛି ବୋଲି ଆଗକୁ
ଚାଲେ ବଞ୍ଚିବା ନାଁରେ
ଅଭିନୟ କରି ଚାଲେ !!

ଦରଦ ଦୁଃଖକୁ ଲୁଚାଇବା
ପାଇଁ ହସି ଦେଇ ଦେଖେଇ
ପାରୁନି ଅନ୍ତର କୋହ !!

ପଥସମ ମୋର ରାତିରେ
ଶୋଇ ଦିନରେ ଉଠେ
ଅଦିନେ ସ୍ୱପ୍ନ ଦେଖାରେ !!

ଜୀବନ ଦହ ଗଞ୍ଜରେ
ଭାସିଉଠେ ପଥସମ ମୋର
ପଥରେ ପଚାରେ !!

ଧୂସର ଆବେଗ ଢେଉ ମାଳା
ଭାସି ଭାସି କୁହେ ଭରିଛି
ଜୀବନେ ସମରେ…

– ଦୁଷ୍ମନ୍ତ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦୁଷ୍ମନ୍ତ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।