Shubhapallaba 23rd Edition Released now

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ୨୩ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ (୧ ଫେବୃଆରୀ ୨୦୨୧): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୩ଶ ସଂସ୍କରଣ ଗତ ଫେବୃଆରୀ ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୧ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍…

ଅଧିକ ପଢ଼ନ୍ତୁ
Download Now 23rd Edition of Shubhapallaba

୨୩ଶ ସଂସ୍କରଣ

୨୦୨୧ ମସିହାର ଫେବୃଆରୀ ମାସରେ ଶୁଭପଲ୍ଲବର ୨୩ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୧ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୧ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Bharata Barsa

ଭାରତ ବର୍ଷ

ଆର୍ଯ୍ୟବର୍ତ୍ତ ଆମ ଭାରତବର୍ଷ ହିଁ ଅଟେ ସର୍ବୋତ୍କୃଷ୍ଟ ଦେଶ, ମହାନ ସଂସ୍କୃତି ଐତିହ୍ୟ ପରମ୍ପରା ରହିଅଛୁ ଯା’ର ଯଶ ।୧। ସର୍ବ କ୍ଷେତ୍ରରେ ଯେ ଶ୍ରେଷ୍ଠ ମନୁଷ୍ୟ ନାମ ହିଁ ଆର୍ଯ୍ୟ ଅଟଇ, ସେହି ଆର୍ଯ୍ୟର ମର୍ଯ୍ୟାଦା କ୍ଷୂର୍ଣ୍ଣ ବ୍ୟକ୍ତିତ୍ୱ କୃତିତ୍ୱ ନାହିଁ ।୨। ଯେଉଁ ଦେଶର ଆଧାରଭୂତ କେନ୍ଦ୍ରୀୟ ତତ୍ତ୍ୱ ଅଧ୍ୟାତ୍ମ ସତ୍ୟ ଶିବ ସୁନ୍ଦରକୁ ନେଇ ଜୀବନ ଈଶ୍ୱରୋନ୍ମୁଖ ।୩। ବେଦ ଜ୍ଞାନ ଯା’ର ସାର୍ବଭୌମିକ ଅଟେ ମୌଳିକ ଶାଶ୍ୱତ ମୁନୀ ଋଷିଙ୍କର ତପସ୍ୟାର ଫଳ ସାଧଇ ଜଗତ…

ଅଧିକ ପଢ଼ନ୍ତୁ
Sebera Au Ebera Ganatantra

ସେବେର ଓ ଏବେର ଗଣତନ୍ତ୍ର

ମୋର ଜନ୍ମ ହୋଇନଥିଲା, ବାସ୍ ଜୋର୍ ଜବରଦସ୍ତ ଜୀବନ ଦାନ ଦିଆ ହେଇଥିଲା ୧୯୫୦ରେ ଗଣ ଓ ତନ୍ତ୍ରକୁ ଏକାଠି କରିବାକୁ, ସେବେ ତ ମୁଁ ଭାବିଥିଲି ମୋ ନିଜକୁ ଏକ ଦେବତୁଲ୍ୟ ଅବତାର, କିନ୍ତୁ ଆଜି ମୋର ପରିଚୟ କେବଳ ସୀମିତ ଏକ ନିର୍ଜୀବ ଯାନ୍ତ୍ରିକ କଣ୍ଢେଇରେ, ଯାହାର ଚାବିକାଠି ଏ ଦେଶର ରାଜନୀତିର ଚକ୍ରବ୍ୟୁହରେ ବନ୍ଧା । ମୋର ବା କ’ଣ ଭୁଲ୍ ଥିଲା, ମୋର ରକ୍ତରେ ଅନ୍ୟ ଦେଶର ସାମ୍ବିଧାନିକ ରକ୍ତକୁ ଖଞ୍ଜିବା ବେଳେ…

ଅଧିକ ପଢ଼ନ୍ତୁ
Bayasara Aparahna

ବୟସର ଅପରାହ୍ନ

ଅମୃତମୟ ସୃଷ୍ଟିରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଜୀବ ଭାବେ ଜନ୍ମ ନେଇ ସ୍ରଷ୍ଟାଙ୍କ ସର୍ଜନାର ମୁକସାକ୍ଷୀ ହେବା ନିଜ ଭିତରେ ଏକ ପରିତୃପ୍ତ ଅନୁଭବ । ତା’ ପରେ ପୁଣି ଅପରିକଳ୍ପିତ ବସ୍ତୁବାଦୀ ସୃଜନତା ଓ ସମାନ୍ତରାଳରେ ଜନ୍ମ ଜନ୍ମାନ୍ତର ଧରି ଚେତନାର ଅଭିବୃଦ୍ଧି ଦିଗରେ ସାଧନାରତ ରହିବା, ସାବ୍ୟସ୍ତ କରିଛି ମଣିଷକୁ ସ୍ରଷ୍ଟାଙ୍କର ସ୍ୱତନ୍ତ୍ର ସୃଷ୍ଟି ଭାବରେ । ତର୍ଜମା ମନୁଷ୍ୟ ମସ୍ତିଷ୍କର ଅନ୍ୟ ଏକ ସୃଜନ ଶକ୍ତି, ଯଦ୍ୱାରା ବିବର୍ତ୍ତନଶୀଳ ସଭ୍ୟତାରେ ତ୍ୱରାନ୍ୱିତ ହୋଇପାରିଛି ମାନବୀୟ ଅଭିବୃଦ୍ଧି । ସୀମିତ…

ଅଧିକ ପଢ଼ନ୍ତୁ