୪୨ଶ ସଂସ୍କରଣ
୨୦୨୨ ମସିହାର ସେପ୍ଟେମ୍ବର ମାସରେ ପହିଲାରେ ଶୁଭପଲ୍ଲବର ୪୨ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୬ ଗୋଟି ଆଲେଖ ଥିଲା ।
୨୦୨୨ ମସିହାର ସେପ୍ଟେମ୍ବର ମାସରେ ପହିଲାରେ ଶୁଭପଲ୍ଲବର ୪୨ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୬ ଗୋଟି ଆଲେଖ ଥିଲା ।
ମୂଷିକ ଉପରେ ବିରାଜିତ ହୋଇ ଆସୁଛନ୍ତି ପାର୍ବତୀ ସୁତ । ନଗ୍ରେ ନଗ୍ରେ ସେତ ଅଗ୍ରପୂଜ୍ୟ ଦେବ ସର୍ବତ୍ର ହୋଇବ ପୂଜା ॥ ବିଗ୍ରହ ତୁମର କଳାକାର ହସ୍ତେ ଗଢ଼ା ସୁନ୍ଦର ସୁଶୋଭିତ ସଜା । ଅମ୍ଳାନ କିର୍ତ୍ତୀରାଜି ମାଟି ଦେହରେ ଏହା ତୁମରି ସୁଦୟା ॥ ବିଶ୍ଵବ୍ୟାପୀ ତୁମ ଆରାଧନା ପାଇଁ ଭାଦ୍ରବ ମାସ ଚତୁର୍ଥୀ ଦିନ । ଏକଦନ୍ତ ଆଜି ବିଦ୍ୟମାନ ହେବେ ବିଘ୍ନ କରିବ ହେ ଖଣ୍ଡନ ।। ପୂଜାମଣ୍ଡପେ ଆରତି ଆରାଧନା…
ଦିଅ ଦିବ୍ୟଜ୍ଞାନ ଦିଅ ଶୁଭବୁଦ୍ଧି ଆହେ ସିଦ୍ଧି ବିନାୟକ ସଞ୍ଜ ଆଳତୀରେ ପ୍ରାର୍ଥନା ସଭାରେ ତୁମେ ହିଁ ପ୍ରଥମ ଶ୍ଳୋକ । ତୁମ ଆଶିଷରୁ ବିଦ୍ୟା ମହାଧନ ସହଜେ ଲାଭ ହୁଅଇ ମହାଜ୍ଞାନୀ ବୋଲି ସାରା ସଂସାରରେ ପ୍ରଶଂସା ସିଏ ଲଭଇ । ମୂଷିକ ବାହନ ହେ ଗଜ ବଦନ ତୁମେ ଦୟାର ସାଗର ତୁମ ଆଗମନେ ହରଷିତ ମନେ ଚାହିଁଛି ସାରା ସଂସାର । ସକଳ ଶକ୍ତିର ତୁମେ ହିଁ ଆଧାର କୋଟି ସୂର୍ଯ୍ୟ ତୁମ…
ଆହେ ଗଜାନନ କରୁ ନିମନ୍ତ୍ରଣ ମର୍ତ୍ତ୍ୟପୁରେ ଆସ ଚାଲି, ତବ ଆଗମନେ ହସିବ ଧରଣୀ ସବୁ ଦୁଃଖ ଯିବୁ ଭୁଲି , ନାନାରଙ୍ଗ ପୁଷ୍ପ ତୋଳି, ମଣ୍ଡପ ସଜାଇ ତୁମକୁ ବସାଇ ଜାଳିବୁ ଭକ୍ତି ଦୀପାଳି । ମୂଷିକ ବାହନେ ବସିଥିବ ତୁମେ ଶୁଭୁଥିବ ଶଙ୍ଖ ଧ୍ୱନି, ତୁମକୁ ଦେଖିଣ ଫେରିବନି ଆଖି ବନ୍ଦନା ଗାଇବୁ ପୁଣି, ନାନାବିଧ ଫଳ ଆଣି, ଭକତି ଚିତ୍ତରେ କରି ସମର୍ପଣ କରିବୁ ବିଦ୍ୟା ମାଗୁଣି । ତୁମେ ଅଗ୍ରପୂଜ୍ୟ ବିଘ୍ନ…
ଆହେ ବିନାୟକ ବିଘ୍ନବିନାସନ ଉଦଣ୍ଡ ପ୍ରମୋଦ ନନ୍ଦନ । ଆହେ ରୁଦ୍ରପ୍ରିୟ ସର୍ବଦେବାତ୍ମନ ସୁମୁଖ ସ୍ୱରୂପ ତରୁଣ ॥ ଆହେ ବିଶ୍ୱରାଜା ଭୀମ ମହାବଳ ସୂପକର୍ଣ୍ଣ ଆହେ ଅବିଘ୍ନ । ଆହେ ଭାଲଚନ୍ଦ୍ର ସିଦ୍ଧିବିନାୟକ ଅନନ୍ତଚିଦରୁପମ ॥ ଆହେ ଅବନିଶ ବୁଦ୍ଧିବିଧାତା ବିକଟ କପିଳ କବିଶ । ଆହେ ମନୋମୟ ଦୂର୍ଜା ଲମ୍ବୋଦର ଏକଦନ୍ତ କୃଷ୍ଣପିଗାଂଶ ॥ ଆହେ ବୁଦ୍ଧିନାଥ ମୂଷକବାହନ ସିଦ୍ଧିଦାତା ପ୍ରଥମେଶ୍ଵର । ଆହେ ଅଖରୁଥ ସ୍କନ୍ଦପୂର୍ବଜ ପିତାମ୍ବର ବିଘ୍ନରାଜେନ୍ଦ୍ର ॥ ଆହେ ବୁଦ୍ଧିପ୍ରିୟ…