You are currently viewing ଉଦାସିନତାର ଛାଇ
ଉଦାସିନତାର ଛାଇ

ଉଦାସିନତାର ଛାଇ

ବିଶ୍ୱ ସାରା ଅଜଣା…
ଆତଙ୍କର ଭୟ…
ସଭିଏଁ ବ୍ୟସ୍ତ, ସଭିଏଁ…
ଅଧୀର, ଅଥୟ !!

ଶୂନଶାନ ସଡ଼କ,
ଶାନ୍ତ ସ୍ନିଗ୍ଧ ଜନପଦ…
ନା ଶୁଭେ କଳରବ,
ନା ଗାଡ଼ିର ଶବଦ !!

ବସି ବସି ବ୍ୟସ୍ତ ଲାଗେ..
ମନରେ ବିଷାଦ…
ଭାବି ଭାବି କାଲି କଥା,
ବଢ଼ାଇ ପ୍ରମାଦ !!

ମୁକ୍ତ ନଭ ଘର ଯାର,
ସେ ମୁକ୍ତ ବିହଙ୍ଗ…
ଆଜି ସେ ବନ୍ଦୀନି,
ନିଜ ନିଡେ଼ କାରାରୁଦ୍ଧ !!

ଆକାଂକ୍ଷାର ଆକାଶରେ,
ଉଦାସର ଛାଇ…
ମନ ଆକାଶର ଜହ୍ନକୁ…
ଆଜି ଗ୍ରହଣ ଲାଗଇ !!

ନିତି ଦିନ କାର୍ଯ୍ୟକ୍ରମ
ବଦଳେ ରୂପରେଖ…
ଚିନ୍ତାଗ୍ରସ୍ତ ମାନବ ଆଜି
ଅଜଣା ଆତଙ୍କ !!

ସମୟ କଟୁନି ଏଠି,
ଚିନ୍ତାର ଅବ୍ୟକ୍ତ ଯନ୍ତ୍ରଣା…
ସବୁ ଥାଇ ଶୂନଶାନ,
ଲାଗେ ଅଚିହ୍ନା ଅଜଣା !!

ଆଶଙ୍କାର ଅନ୍ତ କେବେ,
ଦଇବକୁ ଜଣା…
ଶାନ୍ତ ହେଉ ଜନପଦ,
ସବୁ ତୋହରି କରୁଣା !!

ନିର୍ମଳ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ନିର୍ମଳ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।