Sadharana Sneha

ସାଧାରଣ ସ୍ନେହ

ସକାଳୁ କନ୍ୟା ଦିବସ ପାଇଁ ବହୁତଗୁଡ଼ିଏ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବା ବିଶିଷ୍ଟ ସମାଜସେବୀ ରାତି ଶୋଇଗଲା ବେଳେ ନିଜ ଝିଅକୁ ତାଙ୍କ ପାଦରେ ତେଲ ମାଲିସ୍ କରିବାକୁ କହିଲା ପରେ ଝିଅ ପଚାରିଦେଲା, “ମାଆ ଆଜି ମଧ୍ୟ ତୁମ ପାଖରେ ମୋ ପାଇଁ ସମୟ ନାହିଁ ନା?” ଆଉ ଉତ୍ତର ନପାଇ ଚାହିଁଲା ବେଳକୁ ନିଜ ମା’ ଶୋଇ ଯାଇଥିବା ଦେଖି ଭାବୁଥିଲା; ସେ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଝିଅ ହୋଇଥିଲେ ଆଜି ତା’ ମା’ଙ୍କ…

ଅଧିକ ପଢ଼ନ୍ତୁ
Odia Short Story book Biswas by Rajesh Kumar Barik published under Shubhapallaba Publication

ଶୁଭପଲ୍ଲବ ପ୍ରକାଶନର ଗଳ୍ପ ସଂକଳନ ‘ବିଶ୍ୱାସ’ ଉନ୍ମୋଚିତ

ଭଦ୍ରକ (୧୭ ସେପ୍ଟେମ୍ବର ୨୦୨୧): ଗତ ବିଶ୍ୱକର୍ମା ପୂଜା ଦିନ ଶୁଭପଲ୍ଲବ ପ୍ରକାଶନ ତରଫରୁ ରାଜେଶ କୁମାର ବାରିକଙ୍କର ଏକ ଗଳ୍ପ ସଂକଳନ ବିଶ୍ୱାସ ଉନ୍ମୋଚିତ ହୋଇଯାଇଛି । କରୋନା କଟକଣାକୁ ଆଖି ଆଗରେ ରଖି ଶୁଭପଲ୍ଲବ କାର୍ଯ୍ୟାଳୟରେ ଏହାର ଉନ୍ମୋଚନ କରାଯାଇଥିଲା, ଯେଉଁଠି ଗାଳ୍ପିକ ରାଜେଶ କୁମାର ବାରିକ, ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି, ସମାଜସେବୀ ସଞ୍ଜିବ କୁମାର ବାରିକ, ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଭିଡିଓ କଲ୍…

ଅଧିକ ପଢ଼ନ୍ତୁ
Guru Bandana

ଗୁରୁ ବନ୍ଦନା

ଗୁରୁ ପିତା ମାତା ଗୁରୁ ଯେ ଦେବତା ନର ରୂପେ ନାରାୟଣ ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ୱର ତାଙ୍କ ପାଦେ କୋଟି ପ୍ରଣାମ ॥ ଗୁରୁ ଆଲୋକିତ ଗୁରୁ ଯେ ପ୍ରଦୀପ ଅନ୍ଧାର ଦିଅନ୍ତି ଦୂରେଇ ଗୁରୁଙ୍କ ଆଷିଶ ସବୁଠୁ ବିଶ୍ୱାସ ଗୁରୁ ପରି କେହି ନାହିଁ ॥ ଧନ୍ୟ ହୁଏ ପ୍ରାଣ ପାଇ ଦରଶନ ଗୁରୁ ଶୀତଳର ଜହ୍ନ… ଜ୍ଞାନର ଭଣ୍ଡାର ଗୁରୁ ଏକା ଜାଣ ଜୀବନେ ଶିଖାନ୍ତି ସଂସ୍କାର ଗୁରୁହିଁ ତ ଆଶା…

ଅଧିକ ପଢ଼ନ୍ତୁ
Guru - Odia Poem for Teachers Day by Sushree Sangita Sethi

ଗୁରୁ

ଗୁରୁଙ୍କ ବିନା ସବୁ ଦିଗହୀନ ଗୁରୁଙ୍କ ବିନା ଅସ୍ତ୍ର ମୂଲ୍ୟହୀନ ଗୁରୁଙ୍କ ବିନା ବହି ଅର୍ଥହୀନ ଗୁରୁଙ୍କ ବିନା ଜ୍ଞାନ ଅସମ୍ପୂର୍ଣ୍ଣ । ଗୁରୁ ହିଁ ଜୀବନର ମାର୍ଗଦର୍ଶକ ଅଜ୍ଞାନ ଅନ୍ଧକାରେ ଆଲୋକଗୁଚ୍ଛ ତାଙ୍କ ଜ୍ଞାନ ରୂପକ ଆଲୋକ ବିନା ଅନ୍ଧକାର, ଜୀବନ ରାସ୍ତା ତୁଚ୍ଛ । ଜୀବନ ନୌକାରେ ଗୁରୁ ଯେ ଅଟନ୍ତି ଉତ୍ତର ନଭ ଧ୍ରୁବ ତାରା ହଜେଇ ଦିଏ ଦିଗ ତାଙ୍କ ବିନା ଜୀବନ ଅନ୍ଧାରେ ହେଇ ପଥହରା । ଜ୍ଞାନର ସ୍ଵରୂପ, ବିଦ୍ୟାର ଭଣ୍ଡାର ସାକ୍ଷାତ…

ଅଧିକ ପଢ଼ନ୍ତୁ
Nonveg

ନନ୍ ଭେଜ୍

ସମୀରଙ୍କୁ ବାହା ହୋଇ ଆସିବା ଦିନଠାରୁ ଲୋପାର ପାଟିଟା ପାଣିଚିଆ ହୋଇଗଲାଣି । କେମିତି ହୁଅନ୍ତାନି ଯେ ! ସପ୍ତାହକୁ ଚାରିଦିନ ନନ୍ ଭେଜ ଖାଉଥିବା ଝିଅଟା ଏହା ଭିତରେ ଚାରି ମାସ ହୋଇଗଲାଣି ମାଂସ ବାସନା ବି ଟିକିଏ ପାଇନାହିଁ ଯେ ! ସମୀର କୁଆଡ଼େ ଭେଜି । ଓଃ! ଯଦି ସେ ବାପାବୋଉଙ୍କ କଥାରେ ସେଦିନ ଅବାଧ୍ୟ ହୋଇପାରିଥାନ୍ତା; ତାହା ହେଲେ ତାକୁ ଏ ଭେଜି ଲୋକଟାକୁ ବାହା ହେବାକୁ ପଡ଼ିନଥାନ୍ତା ! ସବୁ ଝିଅଙ୍କର ବାପାମାଆଗୁଡ଼ାକ ଏମିତି । ଝିଅର ପସନ୍ଦ…

ଅଧିକ ପଢ଼ନ୍ତୁ