You are currently viewing ସାଧାରଣ ସ୍ନେହ
ସାଧାରଣ ସ୍ନେହ - ମଧୁମିତା ମିଶ୍ରଙ୍କ ରଚନାରୁ

ସାଧାରଣ ସ୍ନେହ

ସକାଳୁ କନ୍ୟା ଦିବସ ପାଇଁ ବହୁତଗୁଡ଼ିଏ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥିବା ବିଶିଷ୍ଟ ସମାଜସେବୀ ରାତି ଶୋଇଗଲା ବେଳେ ନିଜ ଝିଅକୁ ତାଙ୍କ ପାଦରେ ତେଲ ମାଲିସ୍ କରିବାକୁ କହିଲା ପରେ ଝିଅ ପଚାରିଦେଲା, “ମାଆ ଆଜି ମଧ୍ୟ ତୁମ ପାଖରେ ମୋ ପାଇଁ ସମୟ ନାହିଁ ନା?” ଆଉ ଉତ୍ତର ନପାଇ ଚାହିଁଲା ବେଳକୁ ନିଜ ମା’ ଶୋଇ ଯାଇଥିବା ଦେଖି ଭାବୁଥିଲା; ସେ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ଝିଅ ହୋଇଥିଲେ ଆଜି ତା’ ମା’ଙ୍କ ସାଧାରଣ ସ୍ନେହ ଟିକକ ତ ପାଇଥାନ୍ତା…!!

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।