Maa Odia Poem

ମା’

“ମା” ଗାଡ଼ିଆ କି ପୋଖରୀ ନୁହେଁ ନଈ ଆଉ ସମୁଦ୍ରଠାରୁ ବି ଆହୁରି ବିସ୍ତୃତ ତା’ ପଣତର ଉପତ୍ୟକା ଏତେ ଲମ୍ବା ଯାହା ଢାଙ୍କି ଦେଇପାରେ ଏ ବିଶାଳ ଜଗତ ସେ ପଣତରେ ମଥା ରଖି ଶୋଇଗଲେ ଏ ନଭଶ୍ଚୁମ୍ଭି ଗଗନ ବି ଲାଗେ ସତେ ଛୋଟ । ତା’ ଆଖିର ମମତା ଆକାଶର ପୂର୍ଣ୍ଣ ବାଦଲ ଠାରୁ ଆହୁରି ଘନ ଆଉ ଆଚ୍ଛାଦିତ ଯେତେ ବର୍ଷିଲେ ବି ନା କେବେ ଥକେ ନା କେବେ ସରିବାର ଥାଏ…

ଅଧିକ ପଢ଼ନ୍ତୁ
Sharadara Agamane Maa Asuchhanti

ଶରଦର ଅଗମନେ

ଶରଦର ଅଗମନେ ନିର୍ମଳ ମେଘମାଳ ଦିଶେ ଗଗନେ, ଶରଦର ଛୁଆଁରେ ତୋଫା ଜହ୍ନ ଦିଶେ ସପନେ, ଭଳିକି ରଙ୍ଗର ରଙ୍ଗଣୀ ସାଙ୍ଗକୁ କାଶତଣ୍ଡୀ ବଢ଼ାଏ ଶୋଭା ଭୁବନେ ॥ ଶରତ ଋତୁରେ କାଶତଣ୍ଡୀ ଫୁଲର ଶୋଭା, ରାସ୍ତା ଘାଟ, ବିଲ ଚାରିଆଡ଼ ଦୃଶ୍ୟ ମନଲୋଭା ॥ ଶରତର ଆଗମନେ ଜମେଇ ଦିଏ ତା’ ଆସର, ସମସ୍ତଙ୍କ ମନ ମୋହେ, ନାହିଁ ଯେ ବର୍ଣ୍ଣନା ତା’ ରୂପ ଆଉ ରଙ୍ଗର । ବଗିଚା ବାଡ଼ି, ରାସ୍ତାଘାଟ ନଈ ପଠା ବିଲ ପାଟ ଚାରିଆଡ଼େ…

ଅଧିକ ପଢ଼ନ୍ତୁ
Mana Pade

ମନେ ପଡ଼େ

ଆଜି ଜୀବନର ସାୟାହ୍ନରେ ମନେ ପଡ଼େ ସେହି ମୁହୂର୍ତ୍ତ ଅମୂଲ୍ୟ, ଅଭୂଲା, ଅବିସ୍ମରଣୀୟ ନିଷ୍ଫଳ ନଥିଲା ପ୍ରଚଷ୍ଟା ସେ ଦିବ୍ୟ ବ୍ୟକ୍ତିତ୍ୱର ଯାହାଙ୍କ ପାଇଁ ଜୀବନ ଆଜି ଅବିରତ, ଅଚିନ୍ତ୍ୟ, ଅବଧାରିତ । ଥିଲି କେବେ ଏକ ସ୍ଥିର ନିଶ୍ଚଳ ନୀରବ ନଦୀ ସମୟର ତାଡ଼ନାରେ ଅଧିର, ଅକାମ୍ୟ, ଅପ୍ରବାହିତ ଖୋଜୁଥିଲି ଏକ ପାନ୍ଥଶାଳା ହରିବାକୁ ଆଜୀବନ କ୍ଲାନ୍ତି ଯେଉଁଠାରେ ନଥିବ ଅଶାନ୍ତି, ଅହଙ୍କାର, ଅନବହିତ ପାନ୍ଥଶାଳାର ଅବରୁଦ୍ଧ କୋଠରୀରେ ଅମୃତ ବଚନ ଆହତ ମନକୁ କରିଲା ସଚେଷ୍ଟ,…

ଅଧିକ ପଢ଼ନ୍ତୁ
Satisfaction

ସାଟିସ୍ଫେକ୍ସନ୍…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍କୁଲର ଭାଷଣ ପ୍ରତିଯୋଗିତା ପାଇଁ ମା’ ଗାନ୍ଧିଜୀଙ୍କ ଉପରେ ଏକ ବକ୍ତୃତା ପ୍ରସ୍ତୁତ କରାଉଥିବା ବେଳେ ରୋମି ହଠାତ୍ କହି ଉଠିଲା, “ମାମା ! ଶାସ୍ତ୍ରୀଜୀ ତ ବାପୁଙ୍କର ବର୍ଥ-ଟ୍ୱୀନ… କିନ୍ତୁ ତାଙ୍କ ବିଷୟ ଏତେ କମ୍ ଡିଷ୍କସନ୍ ହେଉଛି??? ସିଏ କେତେ ଖରାପ ଭାବୁଥିବେ ନା? ମୋତେ ତୁମେ ତାଙ୍କ ବିଷୟରେ ପ୍ରିପେର କରେଇଦିଅ । ପ୍ରାଇଜ ନ ପାଇଲେ ବି ସାଟିସ୍ଫେକ୍ସନ୍ ନିଶ୍ଚୟ ପାଇବି…” ଆଉ ତା’ କଥା ଶୁଣି ମା’ ମୁରୁକି…

ଅଧିକ ପଢ଼ନ୍ତୁ
He Gandhi - Odia Poem by Rajeswari Panda

ହେ ଗାନ୍ଧୀ

ହେ ଗାନ୍ଧୀ ତୁମେ ଆଜି ନାହଁ ସତ, ଆଜିବି ତୁମକୁ ଝୁରୁଛି ଜଗତ ॥ ତୁମ ବଜ୍ରବାଣୀ ଏବେବି ସ୍ପନ୍ଦିତ, ଜାତୀୟ ଆତ୍ମାରେ ଚିର ଉଜ୍ଜୀବିତ ॥ ଏ ମାଟି ତୁମ ସ୍ମୃତିରେ ମହକିତ, ତୁମ କୀରତି ଇତିହାସେ ବର୍ଣ୍ଣିତ ॥ ତୁମ ଆହ୍ୱାନେ ଜାଗିଥିଲା ଭାରତ, ଇଂରେଜମାନଙ୍କୁ କରିଣ ଚକିତ ॥ ଅହିଂସା ଧର୍ମକୁ କରିଥିଲ ଅସ୍ତ୍ର, ସେହି ଅସ୍ତ୍ରେ ହେଲା ସ୍ଵାଧୀନ ଭାରତ ॥ ବିଖଣ୍ଡିତ ହେଲା ସ୍ଵାଧୀନ ଭାରତ, ଭାଙ୍ଗିଯାଇଥିଲା ତୁମରି ମନ…

ଅଧିକ ପଢ଼ନ୍ତୁ