You are currently viewing ମା’ ଆସିଲେଣି
ମା' ଆସିଲେଣି

ମା’ ଆସିଲେଣି

ଅନ୍ଧାର ଛାତିରୁ କମ୍ବଳ ଉତାରି
ସକାଳ ତ ହସିଲାଣି…
ସବୁଜ ଘାସକୁ ମୁକ୍ତା ହାର ଦେଇ
କାକର ସଜାଇଲାଣି…
ଦେହରେ ଶୀତୁଆ ଶିହରଣ ଖେଳେ
ମନ ଉଚ୍ଛନ୍ନ ହେଲାଣି…
ନଦୀ, ହ୍ରଦ ସବୁ ପରିଷ୍କାର ଦିଶେ
ସ୍ରୋତସ୍ୱିନୀ ପୁଷ୍କରିଣୀ…
ଦୂର ଦିଗ୍‌ବଳୟେ କୁହୁଡ଼ିର ଛାୟା
ପଦ୍ମ ବୃନ୍ତ ମେଲିଲାଣି…
କାଶତଣ୍ଡୀ ଫୁଲ କେଶ ବିନ୍ୟାସରେ
ଶରତ ଡାକ ଦେଲାଣି…
କୁଆଡ଼େ ଗଲ ହେ ପୃଥିବୀ ବାସୀ ଏ
ବେଗେ ସଜ ହୁଅ ପୁଣି…
ଚଉଦିଗୁ ଶୁଭେ ମା’ ମା’ ବୋଲି
ଧନ୍ୟ ହେଲା ଏ ଧରଣୀ…
ପାପ ବିନାଶିନୀ ଶକ୍ତି ସ୍ଵରୂପିଣୀ
ଆଗମନ କରିଲେଣି…
ଦୁଷ୍ଟକୁ ବିନାଶ କରିବା ପାଇଁକି
ମା ପରା ଆସିଲେଣି…
ସାନ୍ତ୍ୱନାର ଶୁଭ ବାର୍ତ୍ତା ନେଇ
ମୋ ମା’ ପରା ଆସିଲେଣି…
ମୋ ମା ପରା ଆସିଲେଣି…

– ମୋନାଲିସା ସ୍ୱାଇଁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୋନାଲିସା ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।