You are currently viewing ଶରଦର ଅଗମନେ
ଶରଦର ଅଗମନେ

ଶରଦର ଅଗମନେ

ଶରଦର ଅଗମନେ
ନିର୍ମଳ ମେଘମାଳ ଦିଶେ ଗଗନେ,
ଶରଦର ଛୁଆଁରେ
ତୋଫା ଜହ୍ନ ଦିଶେ ସପନେ,
ଭଳିକି ରଙ୍ଗର ରଙ୍ଗଣୀ ସାଙ୍ଗକୁ
କାଶତଣ୍ଡୀ ବଢ଼ାଏ ଶୋଭା ଭୁବନେ ।।

ଶରତ ଋତୁରେ କାଶତଣ୍ଡୀ ଫୁଲର ଶୋଭା,
ରାସ୍ତା ଘାଟ, ବିଲ ଚାରିଆଡ଼ ଦୃଶ୍ୟ ମନଲୋଭା ।।
ଶରତର ଆଗମନେ ଜମେଇ ଦିଏ ତା’ ଆସର,
ସମସ୍ତଙ୍କ ମନ ମୋହେ, ନାହିଁ ଯେ ବର୍ଣ୍ଣନା
ତା’ ରୂପ ଆଉ ରଙ୍ଗର ।

ବଗିଚା ବାଡ଼ି, ରାସ୍ତାଘାଟ
ନଈ ପଠା ବିଲ ପାଟ
ଚାରିଆଡ଼େ ଖିଲିଖିଲି ହସି ଉଠେ
ରଙ୍ଗଣୀ, କାଠଚମ୍ପା
ଗଙ୍ଗଶିଉଳିର ମହକେ
ଚାରିଦିଗ ଫୁଲିଉଠେ ।

ନୂଆଁଖାଇ ଗଲା,
ଖୁଦ ରଙ୍କୁଣୀଙ୍କ ପୂଜା ଗଲା
ଆଶ୍ଵିନ ମାସ ଧକେଇ ପଶି
ଶରତର ଆଭାସ ଦେଲା ।।
ପାର୍ବଣ ଋତୁ ‘ଶରଦ’
ଦଶଭୂଜା ମା’ଆସିବେ ବୋଲି
ଆଣିଲା ସେ ସୁସମ୍ବାଦ ।।

କମ୍ପି ଉଠେ ପୂରୁବରୁ ପଶ୍ଚିମ ଏବଂ ଚାରିଦିଗ,
ଦୁର୍ଗତି ନାଶିନୀ ମା’ ଦୁର୍ଗାଙ୍କ ସମୟ ପଦାର୍ପିତ ।
କାଶତଣ୍ଡୀ ଫୁଲି ଫୁଲି ନାଚି ନାଚି,
ମା’କୁ କରୁଥାଏ ଅପୂର୍ବ ସ୍ୱାଗତ ।

– ରଞ୍ଜିତା ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଂଜିତା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।