Odia Poem Asa Bulijiba Rathajatra (ଆସ ବୁଲିଯିବା ରଥଯାତ୍ରା) by Nibedita Mohapatra

ଆସ ବୁଲିଯିବା ରଥଯାତ୍ରା

ଅଣସର ପିଣ୍ତି ଲୀଳା ଗଲାଣି ସରି ଆଡ଼ପ ମଣ୍ତପକୁ ବିଜେ ହେବେ ଶ୍ରୀହରି ଭାଇ ଭଗ୍ନୀ ଦୁହିଁଙ୍କୁ ନିଜ ସାଙ୍ଗରେ ଧରି ନବଦିନ ପାଇଁ ଆଜି ଯିବେ ସେ ବାହାରି ॥ ଗୋପାଳ ବଲ୍ଲଭ ଖେଚୁଡ଼ିକୁ ଖାଇ ଦେଇ ରତ୍ନ ସିଂହାସନୁ ପ୍ରଭୁ ଆସିବେ ଓହ୍ଲାଇ ମଥାରେ ବନ୍ଧା ଫୁଲ ଟାହିଆକୁ ହଲାଇ ପହଣ୍ତି ବିଜେ କରିବେ କଳା ଗୋସାଇଁ ॥ ନନ୍ଦିଘୋଷେ ବିରାଜିତ ହେବେ ନୀଳମଣି ତାଳଧ୍ୱଜରେ ବସିବେ ଭାଇ ହଳପାଣି ଭାରି ଅଲିଅଳି ପରା…

ଅଧିକ ପଢ଼ନ୍ତୁ
Odia Poem Apekshare Sarbe (ଅପେକ୍ଷାରେ ସର୍ବେ) by Rashmimayee Pati

ଅପେକ୍ଷାରେ ସର୍ବେ

ଦେଇଥିଲୁ ପରା କଥା ମାଉସୀକୁ ବର୍ଷକୁ ଥରେ ଆସିବୁ ଆଠ ଦିନ ରହି ମାଉସୀ ପାଖରେ ଶ୍ରୀ ମନ୍ଦିର ବାହୁଡ଼ିବୁ – ୧ ଛ’ ତିଅଣ ଓ ନ’ ଭଜା କରି ଅପେକ୍ଷାରେ ମାଉସୀ ମା’ ଘୋଷ ଯାତ୍ରା ପରା ପାଖେଇ ଆସିଲା ଭୁଲିଲୁ କାଳିଆ ସୁନା – ୨ କଥା ଦେଇଥିଲୁ ଭକତ ଜନଙ୍କୁ ରଥରେ ବଡ଼ଦାଣ୍ଡରେ ଘଣ୍ଟ ଘଣ୍ଟା ସୁରେ ମଜ୍ଜିଯିବୁ ତୁହି ଦର୍ଶନ ତାଙ୍କୁ ଦେବୁରେ – ୩ ତୋର ସୃଷ୍ଟିକୁ ଦେଖିଦବୁ…

ଅଧିକ ପଢ଼ନ୍ତୁ
Odia Bhajan Guhari (ଗୁହାରି) by Kali Kumar Behera

ଗୁହାରି

ଅଣସର ବାସେ ରୁହ ବୋଲି ପ୍ରଭୁ କରିଛ କି ତୁମ୍ଭେ ମାନ । ସେ ଦୋଷରେ ତୁମ୍ଭେ କରି ରୋଷ ପ୍ରଭୁ ନେଉଛ କି ଆମ୍ଭ ପ୍ରାଣ? ତୁମରି ବିଧିର ବିଧାନକୁ ପ୍ରଭୁ କେ କରିବ ଆକଳନ । ଜୀବନ ମରଣ ଜୀବାତ୍ମାରେ ପୁନଃ ତୁମ୍ଭ ବିନା ନାହିଁ ଆନ ।। ତୁମ୍ଭେ କର୍ତ୍ତା ଧର୍ତ୍ତା ଦଇବ ବିଧାତା ସର୍ବତ୍ର ଉଡ଼ୁଛି ବାନା ସେଥିଲାଗି ମୁହିଁ ତୁମରି ସମ୍ମୁଖେ ଗୁହାରୀ କରୁଛି ସିନା ।। ବଞ୍ଚାଇ ଦିଅ,…

ଅଧିକ ପଢ଼ନ୍ତୁ
Odia Poem Samparka (ସମ୍ପର୍କ) by Snigdha Jena

ସମ୍ପର୍କ

ଘରକୁ ବାହାଘର ପରେ ପ୍ରଥମଥର ବୁଲିବାକୁ ଆସିବେ ନଣନ୍ଦ ଓ ତାଙ୍କ ସ୍ୱାମୀ । ସେଥିପାଇଁ କେତେ କ’ଣ ଆୟୋଜନ । ଶାଶୁ ମଣିମାଳାଙ୍କ କଡ଼ା ତାଗିଦ, ସବୁ ଯେମିତି ଠିକରେ ହବ । ଚାରିଦିନ ଆଗରୁ ଘର ସଜାଡ଼ି ସବୁ ଜିନିଷକୁ ସଜାଡ଼ି ରଖିଚି ରୁଚି । ରୋଷେଇର ଲମ୍ୱା ଲିଷ୍ଟ । ସବୁ ତାକୁ କରିବାକୁ ହବ । ଯାହା ଜିନିଷ ଆସିବ ଚିଠା କରି ରଖିଛି ସେ । ଘର ବୋଲି କେତେ…

ଅଧିକ ପଢ଼ନ୍ତୁ
Odia poem Hrudaya (ହୃଦୟ) by Smita Panda

ହୃଦୟ

ସ୍ୱପ୍ନ ସେ ଯାଦୁ ନଗରର ତାରା ଫୁଲ ସେ ଜହ୍ନ ରାଇଜର, ରେଶମୀ ସୁତା ହୁଏ ଉଡ଼ା ଭାବନାର ଛୋଟ ବିହଙ୍ଗଟି ସେ ପ୍ରଥମ ପ୍ରେମର ।। କେବେ ପୁଣି ସାଜେ କୋହ ପ୍ରତାରଣାର ଭାଙ୍ଗିଯାଏ ମନ ତା’ର ସ୍ନେହ ମମତାର ଝୁରି ହୁଏ ସେ ଜୀବନ ଅତୀତର ଲିଭେଇବାକୁ ଚାହେଁ ଅଭୁଲା ସ୍ମୃତିର ଗ୍ରନ୍ଥାଗାର । ଏକାକୀ ଖୋଜି ବୁଲେ ସାହାରା ଖୁସିର ଶୂନ୍ୟତାରେ ମିଳେ ତାକୁ ମରୀଚିକା ମରୁଭୂମିର ପଥିକ ସାଜେ ସେ ଜନଶୂନ୍ୟ…

ଅଧିକ ପଢ଼ନ୍ତୁ