Madhyasthi

ମଧ୍ୟସ୍ଥି

ଧେରଡ଼ା ଶୋଭନର ନାକ ଦଣ୍ଡିଟାକୁ ମାରି ଫଟେଇଦେଲା ସାନି । ଶୋଭନ କାନ୍ଦିକାନ୍ଦି ବାପାଙ୍କୁ କହିଲା, “ବାପା, ସେ ଧୁନ୍ଦୀ ମୋତେ ମାଲିଲା, ତା ଶାଶୂଘଲୁକୁ ମୁଁ ଯିବିନି ।” ଏହା କହି ପୁଣି କାନ୍ଦିଲା । ବାପା ହସିଦେଇ କହିଲେ, “ଏଇ ଗୋଟିଏ କଥା ନା, ତୁ ଚିନ୍ତା କରନା, ତାକୁ ଗୋଟେ ବାଳୁଙ୍ଗି ଶାଶୁଘର ଦେଖିକି ବାହା ଦେଇଦେବା, ଦେଖିବୁ ସେ ସାବଡ଼ ହୋଇଯିବ ।” ଏକଥାଶୁଣି ଶୋଭନ କାନ୍ଦ ବନ୍ଦ କରି କହିଲା, “ନା ନା ବାଲୁଙ୍ଗି ଘରେ…

ଅଧିକ ପଢ଼ନ୍ତୁ
Bapanka Bapa

ବାପାଙ୍କ ବାପା

ରାତି ଦୁଇଟା ପାଖାପାଖି । ମୋ ଆଖି ପଲକ ବି ପଡ଼ୁନଥାଏ ରଶ୍ମିଙ୍କ ଚିନ୍ତାରେ । ଅପେରେସନ ଥିଏଟରରେ ସେ ଭର୍ତ୍ତି ହେଇଥାଆନ୍ତି । ଡାକ୍ତର କହିଥିଲେ ପିଲାଟାର ନର୍ମାଲ ଡେଲିଭରି ହୋଇପାରିବ ନାହିଁ । ଠିକ୍ ୨ଟା ୧୦ ବେଳକୁ ବାପା ଫୋନ୍ କରି କହିଲେ, “ବାବାରେ ତୁ ବାପା ହୋଇଗଲୁ, ଲକ୍ଷ୍ମୀଟିଏ ପାଇଛୁ ।” ମୁଁ ଖୁସିରେ କାନ୍ଦି ପକେଇ କହିଲି, “ବାପା, ସେ ଦୁଇଜଣ ଠିକ୍ ଅଛନ୍ତି ତ? ମୁଁ ସକାଳ ଫାର୍ଷ୍ଟ ଫ୍ଲାଇଟରେ ଏଠାରୁ ବାହାରୁଛି, ଡାକ୍ତର… ।” ବାପା…

ଅଧିକ ପଢ଼ନ୍ତୁ
Bigata Anagata

ବିଗତ ଅନାଗତ

ତୁମ ଶବକୁ କୁଣ୍ଢେଇ ଧରି ମଥା ବାଡ଼େଇ କାନ୍ଦିବାକୁ ଭାରି ମନହୁଏ । ମନ କେବେକେବେ ଉଦାସ ଆଖିରେ ଆକାଶକୁ ଚାହିଁରହେ । କେତେବେଳେ ମନେମନେ ହସେ । ତୁମେ କେତେ ଭଲଥିଲ ଅବା କେତେ ଖରାପ ଥିଲ ବୋଲି ଭାବିହୁଏ । କିନ୍ତୁ ଯେତେ ଭାବିହେଲେ କ’ଣ ହେବ, ତୁମେ ଯେ ଚାଲି ଯାଇଛ । ଏ ଜୀବନରେ ତୁମେ ଆଉ କେବେବି ଫେରିବନି, ବରଂ ଦି’ଘଡ଼ି ପରେ, ତୁମର ପଚାଶବରୁ ଦୁର୍ଗନ୍ଧ ଉଠିବା ଆରମ୍ଭ ହୋଇଯିବ ! ହେ ମୋର ‘ଗତକାଲି’ ମୋତେ…

ଅଧିକ ପଢ଼ନ୍ତୁ
Adarakari

ଅଦରକାରୀ

ସହରଠୁ ଦୂର ନଦୀକୂଳିଆ ବୃଦ୍ଧାଶ୍ରମ ହତା ଭିତରେ ବସି ଶାନ୍ତନୁ ବାବୁ ଏକଲୟରେ ଦେଖୁଥାନ୍ତି ଅନତିଦୂରରେ ଖେଳୁଥିବା ଶ୍ୱାନ ପରିବାରକୁ… ମାର୍ଚ୍ଚ ମାସର ଖରାଦିନିଆ ଅପରାହ୍ନ । ଛୋଟ ଛୁଆ କୁକୁର ତିନୋଟି ନିଜ ବାପା ସହ ଖେଳୁଥାନ୍ତି, ଆଉ ମା’ କୁକୁରଟି କିଛି ଦୂରରେ ହାଲୁକା ଖରା ଛାଇରେ ପେଟେଇ ପଡ଼ି ଦେଖୁଥାଏ ନିଜ ପରିବାରକୁ… ଏଇ ସମୟରେ କାହାର ହାଲୁକା ହାତର ସ୍ପର୍ଶରେ ତନ୍ଦ୍ରାଭଙ୍ଗ ହେଲା ଭଳି ଚମକି ପଡ଼ିଲେ… ବୁଲିପଡ଼ି ଦେଖନ୍ତି ତ ମିଶ୍ରବାବୁ……

ଅଧିକ ପଢ଼ନ୍ତୁ
Sakaal

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସମ୍ଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀ କାକଳି, କାରଖାନା ସାଇରନ୍‌ର ଶଂଖ ଧ୍ୱନି ସହିତ…

ଅଧିକ ପଢ଼ନ୍ତୁ