ରାତି ଦୁଇଟା ପାଖାପାଖି । ମୋ ଆଖି ପଲକ ବି ପଡ଼ୁନଥାଏ ରଶ୍ମିଙ୍କ ଚିନ୍ତାରେ । ଅପେରେସନ ଥିଏଟରରେ ସେ ଭର୍ତ୍ତି ହେଇଥାଆନ୍ତି । ଡାକ୍ତର କହିଥିଲେ ପିଲାଟାର ନର୍ମାଲ ଡେଲିଭରି ହୋଇପାରିବ ନାହିଁ । ଠିକ୍ ୨ଟା ୧୦ ବେଳକୁ ବାପା ଫୋନ୍ କରି କହିଲେ, “ବାବାରେ ତୁ ବାପା ହୋଇଗଲୁ, ଲକ୍ଷ୍ମୀଟିଏ ପାଇଛୁ ।” ମୁଁ ଖୁସିରେ କାନ୍ଦି ପକେଇ କହିଲି, “ବାପା, ସେ ଦୁଇଜଣ ଠିକ୍ ଅଛନ୍ତି ତ? ମୁଁ ସକାଳ ଫାର୍ଷ୍ଟ ଫ୍ଲାଇଟରେ ଏଠାରୁ ବାହାରୁଛି, ଡାକ୍ତର… ।” ବାପା ମୋ କଥାକୁ ହସିଦେଇ କିଛି କହୁଥିଲେ ତ ଜେଜେ ଫୋନଟିକୁ ଛଡ଼େଇନେଇ କହିଲେ, “କିରେ ! ତୁ କାହିଁକି ଏତେ ଚିନ୍ତା କରୁଛୁ ତୋ’ ବାପା ଏଠାରେ ଅଛି ପରା, ମୁଁ ବି ଅଛି ।”
– ହିମାଂଶୁ ଭୂଷଣ ସାହୁ