Odia Story Sehi Budhi Mausi Katha (ସେହି ବୁଢ଼ୀ ମାଉସୀର କଥା) by Janmajaya Nayak

ସେହି ବୁଢ଼ୀ ମାଉସୀର କଥା

ଦିନକୁ ଦୁଇ ବା ତିନିଥର ସାମନାସାମନି ହେଇଯାଉଥାଏ ସେହି ବୁଢ଼ୀ ମାଉସୀ ସହ । ବିଦ୍ୟାଳୟ ହତା ମଧ୍ୟକୁ ପ୍ରବେଶ କରୁକରୁ ଫାଟକ କଡ଼ରେ ବସି ରହିଥିବା ସେହି ବୃଦ୍ଧା ମହିଳାଙ୍କ ଉପରେ ନଜର ପଡ଼େ ସମସ୍ତଙ୍କର । ଲୋଚାକୋଚା ହେଇ ଯାଇଥିବା ଚମରେ ଘୋଡ଼େଇ ହେଇ କୋଟରାଗତ ସେଇ ଆଖି ଯୋଡ଼ିକ ସହ ଆଖି ମିଶିଗଲେ କେମିତି କେଜାଣି ଗୋଟିଏ ଆନନ୍ଦ ଖେଳିଯାଏ ସେ ଆଖିର ଚମକରେ । ସହରର ଚାକଚକ୍ୟ ମଧ୍ୟରେ ବଢ଼ି ଆସିଥିବା ମାଧବ ସାର୍ ନୂଆକରି…

ଅଧିକ ପଢ଼ନ୍ତୁ
Odia Story Shrunkhalita Yodhya (ଶୃଙ୍ଖଳିତ ଯୋଦ୍ଧା) by Sushama Parija

ଶୃଙ୍ଖଳିତ ଯୋଦ୍ଧା

ଏଇ ଅଳ୍ପ ଦିନ ପୂର୍ବରୁ ଭାଇରାଲ୍ ହୋଇଥିବା ଗୁଜରାଟର ଜଣେ ମହିଳା କନେଷ୍ଟବଳ ସୁନୀତା ଯାଦବଙ୍କ ନିର୍ଭୀକ ପଣିଆର କଥା ବେଶ ଚର୍ଚ୍ଚିତ ହୋଇଥିଲା ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ୍ ମିଡିଆରେ । ଯେଉଁଠି ଲକ୍ ଡାଉନ୍ ସମୟରେ ନିଜ କର୍ତ୍ତବ୍ୟ କରିବାବେଳେ ଜଣେ ମନ୍ତ୍ରୀଙ୍କ ପୁଅକୁ ଶାସନ କରିବା ପାଇଁ ପଛେଇ ନଥିଲେ ମହିଳା କନେଷ୍ଟବଳ ଜଣକ । ସେଥିପାଇଁ ମନ୍ତ୍ରୀ ମହୋଦୟଙ୍କୁ ମଧ୍ୟ ଅନୁଶାସନର ପାଠ ପଢ଼ାଇ ନିଜ ଉପରକୁ ବିପଦକୁ ଡାକି ଆଣିଥିଲେ ସୁନୀତା । ସେଥିପାଇଁ ଗୁଜୁରାଟ…

ଅଧିକ ପଢ଼ନ୍ତୁ
Odia Story Barbad (ବରବାଦ୍) by Dr. Rashmi Ranjan Sahoo

ବରବାଦ୍

ରାତି ଆଠଟା ବାଜିଲାଣି, ଅଥଚ ଏଯାଏଁ ରମେଶ ଅଫିସ୍‌ରୁ ଆସିଲେ ନାହିଁ, ଏଇ କଥା ଭାବୁ ଭାବୁ କଲିଙ୍ଗ୍ ବେଲଟି ବାଜିଲା ଉଠିଲା । କବାଟ ଖୋଲିଲା ଗୀତା, ରମେଶର କ୍ଳାନ୍ତ ଚେହେରାଟି ପୁରା କଳାକାଠ ପଡ଼ି ଶୁଖିଲା ଶୁଖିଲା ଦିଶୁଥିଲା । ରମେଶ ଘରେ ପଶୁ ପଶୁ ଘର ଭିତରର ନୀରବତା ଶୁଣି ଓ ଗୀତାର ଚେହେରା ଦେଖି ଜାଣିନେଲେ ଘରେ ଛୁଆମାନେ କିଛି ଗୋଟେ ମହାକାଣ୍ଡ କରିଛନ୍ତି । ଜାଣିଶୁଣି ଗୀତାକୁ କିଛି ନ ପଚାରି ବାଥ୍‌ରୁମ୍ ଚାଲିଗଲେ…

ଅଧିକ ପଢ଼ନ୍ତୁ
Odia Story Danda (ଦଣ୍ଡ) by Soumya Priyadarsini Rath

ଦଣ୍ଡ

ମୋତେ ଖରାବେଳେ ଜମା ନିଦ ହୁଏନି । ଛୁଟି ବେଳେ ଘରେ ଥିଲେ ମା’ ବାହାର ଗ୍ରୀଲରେ ତାଲା ମାରି ଆରାମରେ ଶୋଇପଡ଼େ । ବାପା ଅଫିସ ଯାଇଥାନ୍ତି ଆଉ ମୋ’ ଭାଇଟା ବି ଏତେ ଅଳସୁଆ ଯେ, ଖେଳିବାକୁ କହିଲେ ଠିକ୍ ଅଧା ଘଣ୍ଟା ପରେ ହାଇ ମାରିବ ଆଉ ମା’ ପାଖକୁ ପଳେଇବ ଶୋଇବାକୁ । ଏଥର କିନ୍ତୁ ଲମ୍ବା ଖରା ଛୁଟିରେ ଆମେ ଆଈ ଘର ଗାଁ’କୁ ଆସିଛୁ । ବିରାଟ ଖଞ୍ଜାପରି ଘର ଆଈର । ପୁଣି ପଛପଟରୁ…

ଅଧିକ ପଢ଼ନ୍ତୁ
Nali Suta Kala Suta Rahasya (ନାଲି ସୂତା ଓ କଳା ସୂତାର ରହସ୍ୟ) by Balmiki Nayak

ନାଲି ସୂତା ଓ କଳା ସୂତାର ରହସ୍ୟ

ମୁଁ ପ୍ରାୟ ପ୍ରତିଦିନ ପ୍ରାତଃ ଭ୍ରମଣରେ ଯାଏ । ନିକଟସ୍ଥ ପୋଖରୀ ଚାରି ପାଖରେ ଦୁଇ ଘେରା ବୁଲିସାରି ଗୋଟିଏ ସ୍ଥାନରେ ଶାରୀରିକ ବ୍ୟୟାମ କରେ । ମୁଁ ପାଦରୁ ମୁଣ୍ଡଯାଏଁ ପର୍ଯ୍ୟାୟକ୍ରମେ ସମସ୍ତ ଅବୟବର ବ୍ୟାୟାମ କରେ । ଦିନେ ମୁଁ ବ୍ୟାୟାମ କରୁଥିବାବେଳେ ଦେଖିଲି ଜଣେ ଆଧୁନିକା ଯୁବତୀ ଚୁସ୍ତ ଟ୍ରାକିଙ୍ଗ ସୁଟ ପିନ୍ଧି ନିକଟସ୍ଥ ବେଞ୍ଚରେ ବସି ମୋବାଇଲରେ ଚାଟିଙ୍ଗ କରୁଥିଲା । ମୋର ବ୍ୟାୟାମ କରୁଥିବା ଶୈଳୀ ହୁଏତ ତାଙ୍କୁ ପସନ୍ଦ ହୋଇଥିଲା । ମୋର ବ୍ୟାୟାମ ଶେଷ…

ଅଧିକ ପଢ଼ନ୍ତୁ