ସକାଳ
ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସଂଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀଙ୍କର କାକଳି, କାରଖାନା ସାଇରନର ଶଂଖ ଧ୍ୱଂନି ସହିତ…

