Odia Story Aradhana (ଆରାଧନା) by Nirupama Gouda

ଆରାଧନା

ଆଜି ପବିତ୍ର ମହାଷ୍ଟମୀ । ସବୁଦିନ ପରି ଆଜି ମଧ୍ୟ ସୁନୟନା ମା’ଙ୍କର ପୂଜା ପାଇଁ ତାଙ୍କ ସାହି ମନ୍ଦିରକୁ ସକାଳୁ ସକଳୁ ବାହାରି ପଡ଼ିଲା । ପବିତ୍ର ମହାଷ୍ଟମୀରେ ମା’ଙ୍କର ଦର୍ଶନ କରିବା ପାଇଁ ତା’ ମନ ବ୍ୟାକୁଳ ହୋଇଉଠୁଥିଲା । ମନରେ ତା’ର ଭରିରହିଥିଲା ଉତ୍ସାହ ଓ ଉଦ୍ଦୀପନା । ଖୁସିରେ ଆତ୍ମହରା ହେଇ ଉଠୁଥିଲା ସୁନୟନା । ଠିକ ସେଇ ସମୟରେ ସେ ଲକ୍ଷ୍ୟ କଲା ତାଙ୍କ ସାହିର କେତେ ଜଣ ବଦମାସ ଯୁବକ ତାକୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ।…

ଅଧିକ ପଢ଼ନ୍ତୁ
Odia Story Topae Sindura (ଟୋପାଏ ସିନ୍ଦୂର) by Janmajaya Nayak

ଟୋପାଏ ସିନ୍ଦୂର

ନିଜ କାନିରେ ବିମଳା ସେ ମନ୍ଦିର ବେଢ଼ାରେ ବସିଥିବା ଫୁଲ ମାଉସୀଙ୍କ ମୁଣ୍ଡରୁ କଳା ପୋଛି ଦେଉଦେଉ ଲୁହଭରା ଆଖିରେ ବୁଢୀମାଉସୀ କହିଚାଲିଥାଏ, “ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଲୋ ଝିଅ ! ଅୟରାଣୀ ହୋଇ ମଶାଣୀ ଯିବା ସଭିଙ୍କ କପାଳରେ ନଥାଏ !! ଆଜିକି ଦଶ ବରଷ ହବ ଏ ଅଭାଗିନୀ ପୋଡ଼ାମୁହଁକୁ ଆରିସିରେ ଦେଖିନି ଯେବେ ଠୁ ସେ ଚାଲିଗଲେ । କୋଉଠି ହାଣ୍ଡିକଳା ଲାଗିଛି ମୁଣ୍ଡରେ କେମିତି ଦେଖିବି?” ମନ୍ଦିରପାଖରେ ଥରଥର ହାତରେ…

ଅଧିକ ପଢ଼ନ୍ତୁ
Odiad Story Aparahna (ଅପରାହ୍ନ) by Sushree Sangita Sethy

ଅପରାହ୍ନ

ଦୃଶ୍ୟ-୧ ଆଖି ଖୋଲିଲା ପରେ ନୀଳ ଆକାଶ । ଆକାଶରେ କିଚିରି ମିଚିରି କରି ଉଡ଼ୁଛନ୍ତି ମୁକ୍ତ ପକ୍ଷୀ । ଚାରିପାଖରେ ୧୦-୧୫ ଜଣ ଲୋକ । ଲୋକମାନେ ପାଣି ଛାଟିବାରୁ ହୋସ୍ ଆସିବା ପରେ ଦେଖୁଥାନ୍ତି ଏସବୁ ଦୃଶ୍ୟ ବୁଢ଼ୀ ମାଉସୀଜଣକ । ଅପରାହ୍ନ ୫ଟା ହେବ । ବାଉଳି ହେଉଥାନ୍ତି ମୁଁ କୋଉଠି ପୁଅ !? ଲୋକମାନେ ବାଉଳି ହେଉଥାନ୍ତି ତମେ କିଏ ମାଉସୀ? କୋଉଠୁ ଆସିଛ?? ଏଇଟା ପୁରୀ । ଏଠି କେମିତି ପହଞ୍ଚିଲ? ମାଉସୀ କାନ୍ଦି କାନ୍ଦି କହୁଥାନ୍ତି – ମୋର…

ଅଧିକ ପଢ଼ନ୍ତୁ
Odia Translated soty Samadhan (ସମାଧାନ) by Binay Kumar Das

ସମାଧାନ

ଜନତାଙ୍କର ଭିଡ଼ ଦେଖି ନେତାଙ୍କ ମନରେ ଛନକା ପଶିଗଲା । ଆଜିକାଲିର ଡିଜିଟାଲ ଜନତା ଏମାନେ । ଏମାନଙ୍କୁ ଏଣୁତେଣୁ କହି ପୂର୍ବ ପରି ଭୁଆଁ ବୁଲେଇ ଦେଇ ହେବନି । ଏମାନେ ଖାଲି ପ୍ରାକ୍ଟିକାଲ ନୁହନ୍ତି, ସବୁ କଥାରେ ପ୍ରମାଣ ବି ଚାହୁଁଛନ୍ତି । ଆରେ….ଆରେ… ଏ କ’ଣ? ସେମାନେ ତ ନେତାଙ୍କୁ ଘେରାଉ କରିବାକୁ ଆସୁଛନ୍ତି । ନେତା ମହୋଦୟ ମୁହଁରେ କୃତ୍ରିମ ହସ ଫୁଟାଇ ସେମାନଙ୍କୁ ସ୍ୱାଗତ ଜଣାଇଲେ । “ଆପଣ ଥାଉଁ ଥାଉଁ ଆମେ ପୁଣି ଦୁଃଖ କଷ୍ଟରେ ଚଳିବୁ?…

ଅଧିକ ପଢ଼ନ୍ତୁ
Odia Story Jama Budha (ଯମ ବୁଢ଼ା) by Himanshu Bhusan Sahoo

ଯମ ବୁଢ଼ା

ଏକ କୋଳାହଳ ଶୀତଳ ସନ୍ଧ୍ୟାରେ ଆମେ ଭେଟିଥିଲୁ ତାକୁ । ଗଉଡ଼ ଘର ଦାଣ୍ଡ ପିଣ୍ଡାରେ ଓହଳା ଯାଇଥିବା ଦଦରା ବାଉଁଶ ଓଦର ପାଖ ଦୁଇଚାରି ଘଷିବସ୍ତା ପାଖରେ । ମଙ୍ଗଳା ମଣ୍ଡପର ରୁଗ୍ଣ ଠେକା ଭିଡ଼ା ଭଳି ଛାତ ତଳୁ ପିଣ୍ଡାର ଦୂରତା ମାତ୍ର ପଚାଶ ହାତ ସରିକି । ଫିକା ଜହ୍ନ ଆଲୁଅ କିମ୍ବା ବାରିକ ଘର ଡିବିରି ଆଲୁଅର ଛିଟାରେ ସେ ଦେଖାଯାଉଥାଏ ଗୋଟିଏ ବଣଭାଲୁ ଭଳି । ଭୟାନକ, ଦୁର୍ଦ୍ଦଶ ଏବଂ ସକଳ ସଂସାର ପାପର ଶାସ୍ତିଦାତା…

ଅଧିକ ପଢ଼ନ୍ତୁ