Odia Poem Parahata Samaya (ପରାହତ ସମୟ) by Subhashree Mohanty

ପରାହତ ସମୟ

କେଉଁ ଏକ କ୍ରଶବିଦ୍ଧ ସମୟର ଆହତ କପୋତିନୀ ଥିଲା ସେ ! ସେ ଜାଣିନଥିଲା ଏଠି ଆଞ୍ଜୁଳେ ଚାଉଳର ମୂଲ୍ୟ ଗୋଟାପଣ ବିଷ, ଓଠ ମେଲି ହସୁଥିବା କିଛି କିଛି ଚରିତ୍ର ଏଠି ଜଣେ ଜଣେ ଜହ୍ଲାଦ । ଦୂର ପରବତ ସୁନ୍ଦର ! କିଏ ଜାଣେ ଏଇ ଇନ୍ଦ୍ରଧନୁର କେତେ ରଙ୍ଗ !? ଜହ୍ନଟା ଜହ୍ନ ନା ଫିଲାମେଣ୍ଟ ବଲବ !? ଧଳା ଜହର ଏଠି ବଞ୍ଚିବାର ସଞ୍ଜିବନୀ, ଭୋକ ଏଠି ଦେହ ଆଉ ବିରିୟାନୀ,…

ଅଧିକ ପଢ଼ନ୍ତୁ
Odia Poem Naritwa (ନାରୀତ୍ୱ) by Chandrakanti Pradhan

ନାରୀତ୍ୱ

ଗର୍ଭାଶୟରେ ଯନ୍ତ୍ରପାତିର ଅତ୍ୟାଚାର, ଆଖି ନଫିଟୁଣୁ ହତ୍ୟା ହୁଏ ତା’ର । ମାଆର ଇଚ୍ଛାରେ ବା ଅନିଚ୍ଛାରେ, ଅଧାଗଢ଼ା ଦେହ ପଡ଼ୁଛି ଅଳିଆ ଗଦାରେ । କେହି ଯଦି ଆୟୁ ବଳେ ଜନ୍ମିଯାଏ । କେହି ଆଦରିନିଏ ତ କେହି ଫୋପାଡ଼ି ଦିଏ, ନଦୀରେ, ଜଙ୍ଗଲରେ ଅବା ବାଉଁଶ ବୁଦାରେ । ଅସ୍ତିତ୍ୱର ସୁରକ୍ଷା ପାଇଁ ସଂଘର୍ଷ କରୁଛି, କେତେ ନିନ୍ଦା ଅପବାଦ ସହେ, ଏନ୍ତୁଡ଼ିରୁ ଶ୍ମଶାନରେ ପାଉଁଶ ହେବାଯାଏ । କେଉଁଠି ବା ନାରୀ ସୁରକ୍ଷିତ??…

ଅଧିକ ପଢ଼ନ୍ତୁ
Odia Poem Duhita (ଦୁହିତା) by Tukuna Sahu

ଦୁହିତା

ସିନ୍ଦୂର ଦିଅଇ ନୂତନ ଠିକଣା ଆପଣାଙ୍କୁ କରେ ପର, ବାପା ଭାଇ ପୁଣି କୁଣିଆ ହୁଅନ୍ତି ଗଲେ ଝିଅ ଶାଶୁଘର । ଶଶୁର ମନ୍ତ୍ରଣା ଶାଶୁଙ୍କ ଗଞ୍ଜଣା ନିତି ହୁଏ ଦହଗଞ୍ଜ, ସଭିଙ୍କ ମନକୁ ଖୁସି କରିବାରେ ବିତେ ସକାଳରୁ ସଞ୍ଜ । ବୁଝେ ନାହିଁ କେହି ତା’ ହୃଦ ଯନ୍ତ୍ରଣା ଶୁଣିଛି କେ ତା’ର କାନ୍ଦ, ଆଖିର ଲୁହକୁ ଓଠେ ଦିଏ ସଦା ଭୁଲି ନିଜ ଭଲ ମନ୍ଦ । ଆଞ୍ଜୁଳେ ଖୁସିକୁ ପାଇବା ନିମନ୍ତେ…

ଅଧିକ ପଢ଼ନ୍ତୁ
Odia Poem Smrutire Akshaya (ସ୍ମୃତିରେ ଅକ୍ଷୟ) by Sanatan Das

ସ୍ମୃତିରେ ଅକ୍ଷୟ

ହେ ଅକ୍ଷୟ ତୁମେ ଚିର କୁମାର ପ୍ରେମିକ ମନରେ ଫଗୁଣ ଅବିର କେବେ ପୁଣି ମନରେ ରାଗିଣୀ ସ୍ୱର ଜହ୍ନ ପାଇଁ କେବେ ତୁମେ କଇଁର ପ୍ରୀତି ଆମନ୍ତ୍ରଣର ସମ୍ଭାର..!! ବୟସର କୃଷ୍ଣଚୂଡ଼ାରେ ତୁମେ କେବେ ନାଲିରଙ୍ଗ ବୁଣିଥାଅ, କେବେ ପୁଣି ଫଗୁଣ ଗଲା ପରେ ବିରହର ଗୀତ ଗାଇ ଥାଅ..!! ସାଗର ଭିତରେ ଶାମୁକା ଗର୍ଭରେ ମୁକୁତା ରଖ ସାଇତି, ଏଇ ବନ ଲତା ପାହାଡ଼ ଘେରାରେ ସରେ ନାହିଁ ଦିନ ରାତି ॥ ଚିଠିକୁ…

ଅଧିକ ପଢ଼ନ୍ତୁ
Odia Poem Krushna (କୃଷ୍ଣା) by Abhilipsa Sahoo

କୃଷ୍ଣା

ତୁମ ଆକୃତିର କଳ୍ପନାରେ ଭରିଯିବ କି ଏ ହୃଦର ଗୀତି ଅନୁଭବରେ ଯେ ତୁମେ ଦିବ୍ୟ ଭାବନା ପ୍ରେମ କରିବି ଅବା ରଖିବି ଭକ୍ତି ଆଳତି । କେଉଁ ଦିଗେ ଶୁଭୁନାହିଁ ମୁରଲି ମଧୁର ଦିଶୁନାହିଁ ଗୋବିନ୍ଦଙ୍କ ଗେରୁଆ ଚାମର ବାସୁନାହିଁ ବୃନ୍ଦାବନ ଚନ୍ଦନ ଚଅଁର ହେଉନାହିଁ ପୀଡ଼ା ମୋ’ର ଅନ୍ତର ପ୍ରେମର… ଝରୁନାହିଁ ମଥା ପରେ ଛନ୍ଦ ଲୟର ତିଳକ ଅନୁରାଗେ ଲିଭୁନାହିଁ ମୋହର ମହକ ଗୋଧୂଳି ପୟରେ ନାହିଁ ଗୋପଧୂଳିର କୁହୁକ ଜହ୍ନ କୋଳେ…

ଅଧିକ ପଢ଼ନ୍ତୁ