You are currently viewing ମୋ ଛୋଟ ଗାଆଁ
Odia Poem Mo Chhota Gaon (ମୋ ଛୋଟ ଗାଆଁ) by Ananta Kumar Sahu

ମୋ ଛୋଟ ଗାଆଁ

ଏଇ ମୋର ଛୋଟ ଗାଆଁରେ
ତାକୁ ଟିକେ ଚାହାଁରେ,
ଜନମ ଏଇଠି, ମରଣ ଏଇଠି
ପାଳିଆବିନ୍ଧା ତା’ର ନାଆଁରେ ।

ବୁଢ଼ା ଅଙ୍କା ବଙ୍କା ବାଡ଼ି ପରି
ଅଙ୍କେଇ ବଙ୍କେଇ ହେଇ
କୁଣ୍ତି ନଈ ଗାଆଁ ମଝିରେ ଯାଇଛି ବହି,
ବରଷା ଋତୁରେ ଗାଆଁ ନଈ ମୋର ଊଛୁଳେ
ଘାଟରେ ପଡ଼େ ନାଆ
ଏଇ ମୋର ଛୋଟ ଗାଆଁ,
ପାଳିଆବିନ୍ଧା ତା’ର ନାଆଁ ।

ଗାଆଁ ଶେଷ ମୁଣ୍ଡେ
ବିଖ୍ୟାତ ଦେବତା
ପ୍ରଭୁ ବିରଞ୍ଚିନାରାୟଣ ମନ୍ଦିର ରହି ପାଆନ୍ତି ପୂଜା,
ସବୁ ବିପଦୁ ମୋ ଗାଆଁ ଲୋକଙ୍କୁ ହୁଅନ୍ତି ସାହା,
ଏଇ ମୋର ଛୋଟ ଗାଆଁ
ପାଳିଆବିନ୍ଧା ତା’ର ନାଆଁ ।

ମନ୍ଦିର ପରି ଗାଆଁ ଚାହାଳି,
ଆମ ଗାଆଁ ପିଲାଙ୍କ ମିଳନସ୍ଥଳୀ
ପଢ଼ନ୍ତି ପାଠ ଧରି ସିଲଟ ଖଡ଼ି,
ଲେଖନ୍ତି- ଅ, ଆ,
ଏଇ ମୋର ଛୋଟ ଗାଆଁ
ପାଳିଆବିନ୍ଧା ତା’ର ନାଆଁ ।

ବାର ମାସରେ ତେର ପରବ
ଖୁସିରେ ପାଳନ୍ତି କରି ମଉଜ,
ଏଠି ସମସ୍ତଙ୍କୁ ସମସ୍ତେ ହୁଅନ୍ତି ସାହା
ଏଇ ମୋର ଛୋଟ ଗାଆଁ
ପାଳିଆବିନ୍ଧା ତା’ର ନାଆଁ ।

– ଅନନ୍ତ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅନନ୍ତ କୁମାର ସାହୁ ଜଣେ ଓଡ଼ିଆ କବି, ଯିଏକି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।