You are currently viewing ଶୀତ ମୋହିନୀ
Odia Poem Shita Mohini (ଶୀତ ମୋହିନୀ) by Ayushman Tripathy

ଶୀତ ମୋହିନୀ

ଛଅ ଭଉଣୀ ଧରି ସପ୍ତ ରଞ୍ଜନ
ଧରା ପୃଷ୍ଠେ କରନ୍ତି ଅବରୋହଣ
ସର୍ବେ ସାଜନ୍ତି ସ୍ୱକାଳେ ନୀରକ୍ଷୟ
ଦମନ ନହୋଇ ସାଜନ୍ତି ଅଜୟ ।

ପ୍ରଚଣ୍ଡର ସହ ଝିପିଝିପି ଘନ
ନିର୍ମଳ ତରୁଣ ଜାଡ଼ତ୍ୱ ପ୍ରବୀଣ
ମଧୁମଳୟର ପୂର୍ବୁ ସେ ପ୍ରକାଶ
ଜାଡ଼ମୟ ଧରା ହୁଏ ଶୀତାଭାସ ।

ବ୍ୟାପ୍ତ କରି ସର୍ବ ବସୁନ୍ଧରା ଭୂମି
ନିର୍ଝର ଝରଇ ଅନଳର ଊର୍ମୀ
ଅନୀଳ ହୁଅଇ ଅନଳ ଯେସନ
ପୁଥିବୀରେ ହୁଏ ଶୀତର ଶାସନ ।

ଶ୍ୱେତ ପାଟ ସହ ବିଭୁଷିତ ଧରା
ଉଷାର ଆବେଶେ କୁହୁଡ଼ିରେ ଭରା
ଭୁପୃଷ୍ଠ ଦିଶଇ ଅତି ମନୋହରା
ସତେ ଏ ଶୀତର କୁହୁକ ନିଆରା ।

କେବେ ଲାଗେ ମହୀ ଶ୍ୱେତ ମନ୍ଦାକିନୀ
ଅବା ଚନ୍ଦ୍ର ନିକି ଶୀତଳ ମୋହିନୀ
ସୁବର୍ଣ୍ଣ ଖେଳାଏ ତା’ କୃଷ୍ଣ ଗରଭେ
ହସ ଫୁଟିଉଠେ ସାରା ରସା ନଭେ ।

ତୁଷାର ତୃଷାରେ ଅଧିର ବସୁଧା
ଶୀତ ଆଗମନେ ପିଏ ରୂପସୁଧା
କାକର କୁହୁଡ଼ି କାର୍ତ୍ତିକେ ପ୍ରବର
ଆସଇ ରାଜୀବ ମୃତ୍ୟୁର ଖବର ।

ଅଗ୍ନି ଏକମାତ୍ର ଶୀତରେ ଭରସା
ଜାଡ଼ତ୍ୱରେ ସେହି ଶୀତମୟ ନିଶା
ବ୍ୟାଘ୍ର ରୂପେ ଶୀତ ରସା ଆସେ ମାଡ଼ି
ଶୀତ ଶାସନରୁ କିଏ ମୁହଁ ମୋଡ଼ି ।

ଶୀତମୋହିନୀର କୁହୁକ ଆବେଶେ
ସାରା ଧରା କ୍ଷେତ୍ର ଭାସେ ନିଶାକାଶେ
ବୋଇତ ପରବ ମାଣବସା ପୂଜା
ଧାନ କଟା ସହ ମାନ ହୁଏ ପ୍ରଜା ।

ନୀଳକଣ୍ଠ ପୂଜା ପାଇଥାନ୍ତି ଶୀତେ
ମହାଶିବରାତ୍ରୀ ଦିଏ ପୁଣ୍ୟ ସତେ
ପ୍ରଚଣ୍ଡ ଜାଡ଼ରେ ତନୁ ପାଏ ଘାତ
ଶୀତ ଦିଏ ସର୍ବ ଜଡ଼ ପ୍ରତିଘାତ ।

– ଆୟୁଷ୍ମାନ ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆୟୁଷ୍ମାନ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।