You are currently viewing ସଫଳତା
ସଫଳତା

ସଫଳତା

“ବିଫଳତା ହିଁ ସଫଳତାର ଚାବିକାଠି”; ଏହି ଚାବି କାହା ପାଇଁ ସଫଳତାର ତାଲା ଖୋଲିଦେଉଥିବା ବେଳେ, ଅନ୍ୟ କେହି ବିଫଳତା ପରେ ହାରାଶ ହୋଇ ହଜେଇ ବସିଥାଏ ସ୍ୱଳ୍ପ ଦୂରରେ ଥିବା ସଫଳତାର ଉଜ୍ଜ୍ୱଳମୟ ଦୁନିଆକୁ । ନିଜକୁ ଅଯୋଗ୍ୟ ରୂପେ ବିବେଚିତ କରି ଲୁଚେଇ ଦିଏ ତା’ ଭିତରେ ଥିବା ମହାନ ଗୁଣକୁ । ହେଲେ ଯିଏ ସେ ଚାବି ଖୋଜି ପାଇଛି ତା’ ପାଇଁ ସଫଳତାର ତାଲା ଖୋଲିବା ସହଜରେ ପରିଣତ ହୋଇଛି ।

କୌଣସି କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ମଣିଷ ନିକଟରେ ଧୈର୍ଯ୍ୟ, ଆତ୍ମବିଶ୍ୱାସ, ଈଶ୍ୱରଭକ୍ତି ରହିବା ଆବଶ୍ୟକ । କୌଣସି କାର୍ଯ୍ୟ ପ୍ରତି ଆଗ୍ରହ ନ ଥିଲେ ସେ କାର୍ଯ୍ୟରେ ସଫଳତା ମିଳିବା ସମ୍ଭବ ହୁଏ ନାହି । ସଫଳତାର ପ୍ରଥମ ପାହାଚ ହେଉଛି ଲକ୍ଷ୍ୟ ବାଛିବା । କାରଣ ଲକ୍ଷ୍ୟ ବିନା ଜୀବନ ପଥଭ୍ରଷ୍ଟ ।

ଇଂରାଜୀର ଏକ ଧାଡ଼ି ଅନୁସାରେ– “A LIFE W।THOUT AIM, IS LIKE A SHIP WITHOUT RADAR.”

ସଫଳତାର ଦୀର୍ଘ ପଥରେ ଅଧା ବାଟରେ ବହୁ ବାଧା ବିଘ୍ନ ତଥା ପ୍ରତିଦ୍ୱନ୍ଦୀଙ୍କୁ ସାମ୍ନା କରିବା ହିଁ ପ୍ରକୃତ ସଫଳତା ଅଟେ । କାରଣ ପ୍ରତିଦ୍ୱନ୍ଦୀ ଯେ କେବଳ ସିଧାସଳଖ ପ୍ରତିଦ୍ୱନ୍ଦିତା କରିବ ତା’ର କିଛି ମାନେ ନାହିଁ । ଏମିତି କିଛି ଇର୍ଷାନ୍ୱିତ ପ୍ରତିଦ୍ୱନ୍ଦୀ ଅଛନ୍ତି ଯେଉଁମାନେ ମିଠା କଥାରେ ଆପଣଙ୍କର ବିଫଳତାର କାରଣ ହୋଇଥାନ୍ତି ।

ସଫଳତା ପାଇବା ପାଇଁ ଇଶ୍ୱର ଭକ୍ତି ତଥା ଗୁରୁଜନଙ୍କ ପ୍ରତି ଭକ୍ତିଭାବ ହେଉଛି ଅଦୃଶ୍ୟରୂପି କାରଣ । କେବଳ ପରିଶ୍ରମରେ ସଫଳତା ମିଳେ ତାହା ନୁହେଁ । ଗୁରୁଜନମାନଙ୍କ ଟିକେ ହାତ ବୁଲେଇ ଦେବା ଦ୍ୱାରା କେତେ ଆଶୀର୍ବାଦ ମିଳେ ତାହା ଅବର୍ଣ୍ଣନୀୟ ।

ଆମକୁ ଗୋଟିଏ କଥା ପରିଷ୍କାର ଭାବି ନେବାକୁ ଅଛି ଯେ ମୋତେ ମୋର ସମ୍ପୂର୍ଣ୍ଣ ପ୍ରୟାସ କରିବାକୁ ଅଛି, ଯାହା ଫଳରେ ଆଉ କେବେ ପଛେ ଭାବିବାକୁ ପଡ଼ିବନି ଯେ ଯଦି ଏମିତି କରିଥାନ୍ତି ଭଲ ହୋଇଥାନ୍ତା ।

ଏବଂ ଶେଷରେ ଏତିକି ଯେ ଆମକୁ ଫଳର ଆଶା ନ ରଖି କେବଳ କାର୍ଯ୍ୟ କରି ଚାଲିବାକୁ ଅଛି, ତାହାହେଲେ ହିଁ ଆମେ ସଫଳତାର ଶୀର୍ଷତମ ସୋପାନରେ ପହଞ୍ଚିପାରିବା ।
ଜୟ ଜଗନ୍ନାଥ !

– ରୁଦ୍ର ନାରାୟଣ ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କଟକ ଜିଲାର ସାଲେପୁର ସ୍ଥିତ ପୂର୍ବଛକର ବାସିନ୍ଦା ହେଉଛନ୍ତି ରୁଦ୍ର ନାରାୟଣ ପାଣିଗ୍ରାହୀ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ କବିତାମାନ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।