ପ୍ରଭୁ ମୋତେ କରିଛଂତି ବିଶ୍ୱକୁ ଅର୍ପଣ
ଭୃତ୍ୟ ହୋଇ କରୁଥିବି ବିଶ୍ୱର କଲ୍ୟାଣ
ଦରକାରୀ ନୁହେଁ ଏତେ ଭଜନ, କୀର୍ତନ
ଏକାଗ୍ର ହୋଇ କାମରେ ଲଗାଇବି ମନ
ମିଳିଯିବ ସମସ୍ୟାର ବହୁ ସମାଧାନ
ଏତେ ବେଶି କହି ତାଂକୁ କଲେ ହଇରାଣ
ସତେ କି କରିପାରିବି କର୍ତବ୍ୟ ପାଳନ?
ନିଜକୁ ପଚାରେଁ ପ୍ରଶ୍ନ ନିଜେ ପ୍ରତିଦିନ
ଉତ୍ତର ମିଳୁ ନ ମିଳୁ, ଘାଂଟୁଥିଲେ ମନ
ସକ୍ରିୟ, କର୍ମଠ ହୋଇ ବିତାଏଁ ଜୀବନ
ଭବିଷ୍ୟତ ଚିଂତା କରି ଏଠି ବର୍ତମାନ
ହରାଇବା ନୋହିପାରେ କେବେ ସମୀଚୀନ
ମୋତେ ଜଣା ସ୍ପଷ୍ଟ ଭାବେ ମୁଁ ନିଜେ ଅନନ୍ୟ
ତୁମେ ବି ଅନନ୍ୟ ବୋଲି ବୁଝ ଆଉ ମାନ
ଅନନ୍ୟତା ତୁଳନାରେ ଗୌଣ ସ୍ୱାଧୀନତା
ଏତିକି ବୁଝିଲେ ଦୂର ହେବ ଦୁରବସ୍ଥା
– ପ୍ରଫୁଲ୍ଲ କୁମାର ତ୍ରିପାଠୀ