Odia Poem Jajabara Jatna (ଯାଯାବର ଯତ୍ନ) by Krushna Chandra Barik

ଯାଯାବର ଯତ୍ନ

କେବେ କେବେ ଇଚ୍ଛା ହେଲେ ଅଧର ଆଗରୁ ଫୋପାଡ଼ି ଦେଉଛ ଲିଓନାର୍ଡ଼ ଦା ଭିନ୍ସର ଚିତ୍ର ପରି ମେଞ୍ଚାଏ ମୋନାଲିସାର ହସ ପ୍ରେମର ପରିମାଣଟା ଅଧିକା ହେଲେ ସମ୍ପର୍କଟା ନିବିଡ଼ ହେବା ପରିବର୍ତ୍ତେ ଲାଗୁଛି ଶସ୍ତା ସମ୍ପର୍କର ଶିଳାନ୍ୟାସ “ପ୍ରାଧାନ୍ୟ” “ପ୍ରମୁଖ” ଭଳି ଶବ୍ଦଗୁଡ଼ାକ ଯେମିତି ବିଗତ ଅତୀତର ବିଶ୍ଳେଷଣରେ ବିସ୍ତୃତ କିଛି ଅଲାଜୁକ ହୃଦୟର ମନଖୋଲା ଉପହାସ ଦୂରତ୍ୱର ଲକ୍ଷ୍ୟଭେଦ ଆନୁମାନିକ ହେଲେ ନିକଟରେ ତ ଆକର୍ଷଣ ସ୍ୱଭାବିକ ତଥାପି ସମୀପରେ ନାହିଁ ଶାନ୍ତିର ନିଃଶ୍ୱାସ…

ଅଧିକ ପଢ଼ନ୍ତୁ
Odia Poem Jibanara Mulya (ଜୀବନର ମୂଲ୍ୟ) by Deepankar Panda

ଜୀବନର ମୂଲ୍ୟ

ଶୂନ୍ୟହସ୍ତେ ଆମେ ରଖିଥିଲୁ ପାଦ ଏଇ ଭବ୍ୟ ଦୁନିଆରେ ରିକ୍ତହସ୍ତେ ଦିନେ ଚାଲିଯିବୁ ସତ ବନ୍ଦୀ କାଳଯମ ଫାଶରେ ଶୋକମଗ୍ନ ବନ୍ଧୁ ପରିବାର ସବୁ ରହିଯିବେ ଆମ ପଛରେ ସମୟ ଛକରେ ଛନ୍ଦି ଆମେ ତ ରହିଯିବା ତାଙ୍କ ସ୍ମୃତିରେ ଛାଡ଼ିଯିବା ନିଜ ଉପାର୍ଜିତ ସବୁ ଅନ୍ୟ କାହାର ଦାୟିତ୍ୱରେ ନେଇଯିବା ସଙ୍ଗେ ନିଜ କର୍ମଫଳ ପୂର୍ବ ନିର୍ଦ୍ଧାରିତ ପଥରେ ମୋହମାୟା ଭରା ଦୁଃଖ କ୍ଳେଶର ସାଂସାରିକ ଜୀବନରେ ଏକମାତ୍ର ପ୍ରଭୁଙ୍କୁ ସୁମରି ପାରିହେବା ଅନ୍ଧକାର ସହଜରେ…

ଅଧିକ ପଢ଼ନ୍ତୁ
Odia Poem Chalijiba Ame (ଚାଲିଯିବା ଆମେ) by Prashant Pradhan

ଚାଲିଯିବା ଆମେ

ଚାଲିଯିବା ଆମେ ଅଜଣା ରାଇଜେ ଗଢ଼ିବା ପ୍ରେମ ନଅର ସେଇ ନଅରରେ ଦେବି ମୁଁ ତୁମକୁ ସିନ୍ଦୂରର ଉପହାର ॥ ନୀଳ କୁରଞ୍ଜିକୁ ନୀଳଗିରି ଠାରୁ ତୋଳି ମୁଁ ଆଣିବି ସାଥି ଫୁଲର ଶେଜରେ ପ୍ରଣୟ ନିଶାରେ କଟିଯିବ ମଧୁରାତି ॥ ତଟିନୀ ମିଶିବ ନୀଳ ସାଗରରେ ସୃଷ୍ଟିର ଏଇ ନିୟମ ସୂର୍ଯ୍ୟମୁଖୀ ଆଉ ଦିବାକରଙ୍କର ଯେମିତି ଅମରପ୍ରେମ ॥ ହଜିଥିବ ତୁମେ ମୋ ବାହୁ ବନ୍ଧନେ ଋତୁଥିବ ମିଳନର ଆଙ୍କି ଦେଉଥିବି ଅଧରରେ ତୁମ ଦାଗ…

ଅଧିକ ପଢ଼ନ୍ତୁ
Odia Poem Jibanara Chauchhaka (ଜୀବନରେ ଚଉଛକ) by Ashutosh Meher

ଜୀବନରେ ଚଉଛକ

କେତେ ଚଉଛକ ପଡ଼ିବ ସତରେ ଜୀବନର ଚଲା ବାଟେ କେତେ ନୂଆଁ କେତେ ପୁରୁଣା ମୁହଁ ଯେ ଦିଶିବେ ଦୁନିଆଁ ହାଟେ । ହସ କାନ୍ଦ ଲୁହ ଭାବନାରେ ଭରା ଜଟିଳ କୁଟିଳ ପଥ ତାହାରି ଭିତରେ ବାହିବାକୁ ହେବ ଜୀବନ ସପନ ରଥ । ଚାଲୁ ଚାଲୁ ପୁଣି ପଥ ହୁଡ଼ିଯିବା ଅବାଟରେ ପାଦ ଥୋଇ ପ୍ରଭୂଙ୍କୁ ସୁମରି ସଜାଡ଼ିବା ଧାର ନିଜ ଅଜ୍ଞାନତା ଧୋଇ । ଜୀବନ ଏମିତି ଉଠାପକା ଖେଳ ଖୋଜିବାକୁ ସତ ବାଟ ଚଉଛକ ଦିଏ…

ଅଧିକ ପଢ଼ନ୍ତୁ
Odia Poem Janha (ଜହ୍ନ) by Nibedita Mohapatra

ଜହ୍ନ

ଜହ୍ନ ଗୋ ତୁମେ ଦିଗନ୍ତ ବିସ୍ତାରୀ ନିଳାଭ ଗଗନେ ରହି ବ‌ଉଦ କୋଳୁ ବିତରି ଜ୍ୟୋତ୍ସ୍ନା ଉଜ୍ଜ୍ୱଳ କର ଏ ମହି । ବିଭାବରୀ କୋଳେ ତାରକା ମେଳେ ଖେଳୁଥାଅ ଲୁଚକାଳି ଅପରୂପ ସେ କମନୀୟ ରୂପ ଅନ୍ଧାରେ ଉଠ‌ଇ ଝଳି । ଶାଶ୍ଵତ ପ୍ରେମର ପ୍ରତୀକ ସାଜି କୁମୁଦକୁ ଚାହିଁ ଥାଅ ମିଳନ ଆଶାରେ ଦୂରେ ଥାଇ ତା’ ସୌନ୍ଦର୍ଯ୍ୟ ନିହାରୁ ଥାଅ । ଶିଶୁ ସନ୍ତାନ ଓଠେ ହସ ଦେଇ କେତେ ଆନନ୍ଦିତ ହୁଅ ମା’ର ମଧୁର ନାନାବାୟା…

ଅଧିକ ପଢ଼ନ୍ତୁ