Odia Poem Niara Pari (ନିଆରା ପରୀ) by Saroj Kumar Sahoo

ନିଆରା ପରୀ

ଘନ କଳାକେଶେ ଗଜରା ବାନ୍ଧିଣ ଚାଲିଗଲେ ଏଇ ବାଟେ ମଲ୍ଲୀ ଜୁଇଜାଇ ହେନା ମାଳତୀର ବାସରେ ମହକ ଛୁଟେ । ରକ୍ତଜବା ପରି ଅଧରରୁ ଯେବେ ଝରି ପଡ଼େ ମିଠା ମହୁ କେଜାଣେ କାହିଁକି ନିଜ ଅଜାଣତେ ଖୋଲିଦିଏ ଦୁଇ ବାହୁ । ପଦ୍ମ ପାଖୁଡାର କଅଁଳ ପାଦରେ ଅଳତାର ଧାର ହସେ ଆଖିର କଜ୍ୱଳ ତେଜସ୍ୱନୀ ମୁଖ ଆହୁରି ଉଜ୍ୱଳ ଦିଶେ । ମୁଦ୍ରିତ ନୟନ ଲାଗେ ଲୋଭନୀୟ ତା’ ସାଥେ ଚାହାଣି ଆଭା ଦୋଳାୟିତ ହୁଏ ଚାଲିରେ ତୋହର…

ଅଧିକ ପଢ଼ନ୍ତୁ
Odia Poem Shabara Koha (ଶବର କୋହ) by Sunita Patel

ଶବର କୋହ

ଚାରିକାନ୍ଧରେ ଶ୍ମଶାନ ଯିବା ପାଇଁ ଶବ ଜଗିଛି ହେଲେ ଜିଅନ୍ତା ମଣିଷ ଆଜି ଶବ ପାଲଟିଛି । ନିଜ ଜନମ ଭୂଇଁରେ ମିଶିଯିବା ପାଇଁ ଶବ ଆଜି ଝୁରୁଛି ହେଲେ ଗାଁ ଶ୍ମଶାନ ଆଜି ଶବ ପାଲଟିଛି । ଆଜି ଶବ ରାମ ନାମ ସତ ନାଁ ହରି ନାମ ସତ ପଚାରୁଛି, ହେଲେ ବିଜ୍ଞ ମଣିଷ ଉତ୍ତର ଜାଣି ବି ମୁକ ପାଲଟିଛି । ଶବ ଥିବା ଘର ଆଜି ଶୁନ୍‌ଶାନ୍ ହେଇଯାଇଛି ମଶାଣିର ପଥ ବି କ୍ଳାନ୍ତ ହୋଇ…

ଅଧିକ ପଢ଼ନ୍ତୁ
Odia Poem Michha Prema (ମିଛ ପ୍ରେମ) by Susmita Bavi

ମିଛ ପ୍ରେମ

ପ୍ରେମର ମାନେ ଆଜି ସାଜିଛି ଛଳନା ଛଳନା ଭିତରେ ହଜି ଯାଇଛି ଭାବନା । ଅଢ଼େଇ ଅକ୍ଷର ପ୍ରେମ ସାକ୍ଷାତ ଇଶ୍ୱର ଇଶ୍ୱର ବଦଳରେ ଆଜି ସାଜିଲା ପଥର । ମନ ସାଥେ ମନ ମିଶି ହୋଇଯାଏ ପ୍ରେମ ସେହି ପ୍ରେମ ଆଜି ନେଉଛି କାହାର ଜୀବନ । ମିଛ ମାୟା ସଂସାରରେ ସବୁ ତ ଛଳନା ପ୍ରେମ ବି ସାଜିଲା ଆଜି ମାଟିର ଖେଳନା । ଖେଳଣାରେ ଖେଳୁ ଖେଳୁ ସରିଯାଏ ଦିନ ପ୍ରେମ କଲେ ଅବେଳରେ ଚାଲିଯାଏ ପ୍ରାଣ । ପ୍ରେମ…

ଅଧିକ ପଢ଼ନ୍ତୁ
Odia Poem Sandehi Priyatama (ସନ୍ଦେହୀ ପ୍ରିୟତମା) by Rashmibala Satapathy

ସନ୍ଦେହୀ ପ୍ରିୟତମା

ପ୍ରିୟତମା ମୋର ଭାରି ଅଭିମାନୀ କଥା କଥାରେ ଋଷି ବସିଯାଏ, ସନ୍ଦେହୀ ମାନିନୀ ଅଭିମାନ କରି ମୋ ମନେ ନିଆଁ ଲଗାଏ । ପ୍ରିୟା ଗୋ ତୁମ ହଂସିନୀ ଆଖି ଗୋଲାପ ପରି ଲାଲ୍ ଦିଶେ, ଚପଳାର ଚମକ ପରି ତୁମ ମୁହଁ ପୂର୍ଣ୍ଣମୀର ଚନ୍ଦ୍ରମା ପରି ଦିଶେ । ପ୍ରେମର ସ୍ଵଭାବ ସନ୍ଦେହ କରିବା ତମେ ବା ବାଦ୍ କେମିତି ଦେବ, ବିଶ୍ୱାସ ଡୋରେ ସମ୍ପର୍କ ବନ୍ଧା ଏ କଥାଟିକୁ ଭୁଲି ନ ଯିବ । ସନ୍ଦେହୀ ନାୟିକା ମନର…

ଅଧିକ ପଢ଼ନ୍ତୁ
Odia Poem Rati Andhara o Mun (ରାତି ଅନ୍ଧାର ଓ ମୁଁ) Sunita Patel

ରାତି ଅନ୍ଧାର ଓ ମୁଁ

ରାତି ମୋ ବନ୍ଧୁ ଯେବେ ହେଲା ନିଦ ଅଭିମାନ କଲା ସପନ ରୁଷି ଗଲା ନୟନ କ୍ଳାନ୍ତ ହେଲା । ରାତ୍ରି ନୁହେଁ କେବଳ ଅନ୍ଧକାର ଏ ତ ଚନ୍ଦ୍ର, ତାରାର ସମାହାର । ସେଇ ସୁନ୍ଦରତାକୁ ବାଦ୍ ଦେଲି ଅନ୍ଧାରକୁ ମୁଁ ମୋ ଭିତରକୁ ଟାଣି ଆଣିଲି । ନିଶିକୁ ଯେବେ ଆଲିଙ୍ଗନ କଲି ଅନ୍ଧାରକୁ ସେତେ ଭଲପାଇଲି ଆଲୋକଠାରୁ ସତେ ଦୂରେଇ ଗଲି ରବି କିରଣେ ନିଜ ଛାଇକୁ ବି ଡରିଗଲି । ଅନ୍ଧାର ରାତିରେ ଝରକା କବାଟ ବନ୍ଦ…

ଅଧିକ ପଢ଼ନ୍ତୁ