You are currently viewing ଶବର କୋହ
Odia Poem Shabara Koha (ଶବର କୋହ) by Sunita Patel

ଶବର କୋହ

ଚାରିକାନ୍ଧରେ
ଶ୍ମଶାନ ଯିବା ପାଇଁ
ଶବ ଜଗିଛି
ହେଲେ ଜିଅନ୍ତା ମଣିଷ ଆଜି
ଶବ ପାଲଟିଛି ।

ନିଜ ଜନମ ଭୂଇଁରେ
ମିଶିଯିବା ପାଇଁ
ଶବ ଆଜି ଝୁରୁଛି
ହେଲେ ଗାଁ ଶ୍ମଶାନ ଆଜି
ଶବ ପାଲଟିଛି ।

ଆଜି ଶବ
ରାମ ନାମ ସତ
ନାଁ ହରି ନାମ ସତ ପଚାରୁଛି,
ହେଲେ ବିଜ୍ଞ ମଣିଷ
ଉତ୍ତର ଜାଣି ବି
ମୁକ ପାଲଟିଛି ।

ଶବ ଥିବା ଘର
ଆଜି ଶୁନ୍‌ଶାନ୍ ହେଇଯାଇଛି
ମଶାଣିର ପଥ ବି
କ୍ଳାନ୍ତ ହୋଇ ପଡ଼ିଛି
ସେଥିପାଇଁ ଆଜି ଶବ କାନ୍ଦୁଛି
ହେଲେ ଗାଁ ଦାଣ୍ଡ ଚୁପଚାପ୍ ଶୁଣୁଛି ।

ଶବ ସତ୍କାର ପାଇଁ
ଆଜି ଲୋକ ଅଭାବ
ହଜିଯାଇଛି ମାନବିକତାର ଭାବ ।
ଆଜି ଶବ ଡରୁଛି
କାରଣ ପଚାରିଲେ କହୁଛି
ପରଦା ସମ୍ମୁଖରେ
ମୃତର ତାଣ୍ଡବଲୀଳା ଚାଲିଛି
ହେଲେ ପରଦା ପଛର କାହାଣୀ
ଆଉ କିଏ ଦେଖୁଛି ।

– ସୁନିତା ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।