You are currently viewing ମିଛ ପ୍ରେମ
Odia Poem Michha Prema (ମିଛ ପ୍ରେମ) by Susmita Bavi

ମିଛ ପ୍ରେମ

ପ୍ରେମର ମାନେ ଆଜି ସାଜିଛି ଛଳନା
ଛଳନା ଭିତରେ ହଜି ଯାଇଛି ଭାବନା ।

ଅଢ଼େଇ ଅକ୍ଷର ପ୍ରେମ ସାକ୍ଷାତ ଇଶ୍ୱର
ଇଶ୍ୱର ବଦଳରେ ଆଜି ସାଜିଲା ପଥର ।

ମନ ସାଥେ ମନ ମିଶି ହୋଇଯାଏ ପ୍ରେମ
ସେହି ପ୍ରେମ ଆଜି ନେଉଛି କାହାର ଜୀବନ ।

ମିଛ ମାୟା ସଂସାରରେ ସବୁ ତ ଛଳନା
ପ୍ରେମ ବି ସାଜିଲା ଆଜି ମାଟିର ଖେଳନା ।

ଖେଳଣାରେ ଖେଳୁ ଖେଳୁ ସରିଯାଏ ଦିନ
ପ୍ରେମ କଲେ ଅବେଳରେ ଚାଲିଯାଏ ପ୍ରାଣ ।

ପ୍ରେମ ହିଁ ପବିତ୍ର ଥିଲା ସାକ୍ଷାତ ଇଶ୍ୱର
ଅପବିତ୍ର ପ୍ରେମ ଆଜି ହୋଇଛି ନିଷ୍ଠୁର ।

ଧୋକା ଛଳନା ଛଡ଼ା ଆଉ ମିଳୁନି କିଛି
ଶ୍ରଦ୍ଧା, ଭଲପାଇବା ସବୁ ଯାଇଛି ହଜି ।

ନିସ୍ଵାର୍ଥପର ପ୍ରେମିକ ଆଜି ସହୁଛି ଯନ୍ତ୍ରଣା
ମିଛ ପ୍ରେମ ଏଠି ତାହାର ପାଉଛି ପାଉଣା ।

ମିଛ ମାୟା ସଂସାର ବୁଝିତ ହୁଏନି
କିଏ ଠିକ କିଏ ଭୁଲ ଜାଣିପାରେନି ।

ମିଛ ପ୍ରେମ ମଥାରେ ଲାଗୁଛି ଚନ୍ଦନ ଚିତା
ସତ ପ୍ରେମ ପିନ୍ଧୁଛି କଳଙ୍କର ଟୀକା ॥

– ସୁସ୍ମିତା ବାଭୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁସ୍ମିତା ବାଭୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।