You are currently viewing ସନ୍ଦେହୀ ପ୍ରିୟତମା
Odia Poem Sandehi Priyatama (ସନ୍ଦେହୀ ପ୍ରିୟତମା) by Rashmibala Satapathy

ସନ୍ଦେହୀ ପ୍ରିୟତମା

ପ୍ରିୟତମା ମୋର ଭାରି ଅଭିମାନୀ
କଥା କଥାରେ ଋଷି ବସିଯାଏ,
ସନ୍ଦେହୀ ମାନିନୀ ଅଭିମାନ କରି
ମୋ ମନେ ନିଆଁ ଲଗାଏ ।

ପ୍ରିୟା ଗୋ ତୁମ ହଂସିନୀ ଆଖି
ଗୋଲାପ ପରି ଲାଲ୍ ଦିଶେ,
ଚପଳାର ଚମକ ପରି ତୁମ ମୁହଁ
ପୂର୍ଣ୍ଣମୀର ଚନ୍ଦ୍ରମା ପରି ଦିଶେ ।

ପ୍ରେମର ସ୍ଵଭାବ ସନ୍ଦେହ କରିବା
ତମେ ବା ବାଦ୍ କେମିତି ଦେବ,
ବିଶ୍ୱାସ ଡୋରେ ସମ୍ପର୍କ ବନ୍ଧା
ଏ କଥାଟିକୁ ଭୁଲି ନ ଯିବ ।

ସନ୍ଦେହୀ ନାୟିକା ମନର ମାନସୀ
ମୁଁ ତୁମର ତମେ କେବଳ ମୋର,
ଭରସା ରଖି ହାତଧରି ଯିବା
ସାଥୀ ଆମେ ସାତଜନ୍ମର ।

– ରଶ୍ମୀବାଳା ଶତପଥୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।