You are currently viewing ମହାବାହୁ
Odia Poem Mahabahu (ମହାବାହୁ) by Arpita Mishra

ମହାବାହୁ

ଆହେ ଦୟାମୟ ନୀଳାଦ୍ରି ବିହାରୀ,
ଦିନ ଯାଉ ତୁମ ଶ୍ରୀପଦ ସୁମରି ।

ପ୍ରଭୁ ତୁମେ ପରା ଜଗତର ନାଥ,
ତୁମ ପାଇଁ ମୁଁହି ହେଲିକି ଅଜ୍ଞାତ ।

ଶୁଣ ପ୍ରଭୁ ମୋର ହୃଦୟ ବନ୍ଦନ,
ନିରାଶ ଆତ୍ମାର ଆକୁଳ ଜଣାଣ ।

ତୁମ ବିନା ଅବା କିଏ ଅଛି ମୋର,
ତୁମେ ପରା ମୋର ଶକ୍ତିର ଆଧାର ।

ନିତ୍ୟ ମୁଁ କରଇ ତୁମ ଆରାଧନା,
କର ପ୍ରଭୁ ମୋର ଶକ୍ତି ସଂରଚନା ।

ଆସୁ ମୋ ପଥରେ ଯେତେ ବାଧା ବିଘ୍ନ,
କରିବାକୁ ପଡ଼ୁ ଯଦିବା ସଂଗ୍ରାମ ।

ଭରିଦିଅ ମନେ ଅଦମ୍ୟ ସାହସ,
କରିବାକୁ ପ୍ରତି ପଦରେ ପ୍ରୟାସ ।

ହାରିଯାଏ ନାହିଁ ଜୀବନ ପଥରେ,
ଦିଅ ଆଶ୍ରା ତୁମ୍ଭ ଶ୍ରୀଚରଣ ତଳେ ।

– ଅର୍ପିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅର୍ପିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।