abhimana

ଅଭିମାନ

ଅଭିମାନ… ଲୁଚିଛି ଯେଉଁଠି ଆତ୍ମୀୟତା ମିଛିମିଛିକା ରାଗରୁଷା କଥା କଟାକଟି ମନ ଫଟାଫଟି କଟି ପରେ ମିଟି । ଅଭିମାନ… ତେଜ୍ୟପୁତ୍ରର ଧମକ କୁଳାଙ୍ଗାର, ଅପଦାର୍ଥ ପରି ଗାଳି ପଛର ବିସ୍ତୃତ ସ୍ନେହ, ନନାଙ୍କ ଗାମୁଛାଠାରୁ ବୋଉର ପଣତ । ଅଭିମାନ… କୁଆଁରୀ ମନ ତଳ ଲୁଚାଣିଆ ପ୍ରେମ ପରୋକ୍ଷ ପ୍ରୀତି, ନାକ ଆଗ ରାଗ ଆଖି ତଳ ଦୟାନ‌ଦୀ, ବୁଝିବା କାଠିକର ପାଠ । ଅଭିମାନ… ହକ୍ ହାସିଲର ଶୀତଳ ଯୁଦ୍ଧ ସମ୍ପର୍କର ନୂଆ ମୋଡ଼ କେତେ ଲହୁଲୁହାଣ ପରେ…

ଅଧିକ ପଢ଼ନ୍ତୁ
cuttack-ru-ekamra

କଟକରୁ ଏକାମ୍ର

ଆହାଃ… କି ସ୍ପର୍ଶ ମୋ ପ୍ରିୟତମାର, ସାମ୍ନାରେ ପ୍ରସସ୍ଥ ରାସ୍ତା, କାଠଯୋଡ଼ିରୁ ଶୀତୁଆ ପବନ । ମୋ ବାଇକ ପଛେ ତମେ, ଆଉ ତମ ବାହୁ ବନ୍ଧନ ॥ କଟକରୁ ଏକାମ୍ର, ଏଇନେ ସରିଯିବ । “ଏଇ… ଟିକେ ଧୀରେ ଚଲାଅ” ତମ ଅନୁରୋଧ ଆଉ ମୁଁ ନିରବ ॥ ମୌସୁମୀ ପ୍ରବେଶେ ମେଘୁଆ ଆକାଶ । ପବନରେ ଅସଜଡ଼ା ସଦ୍ୟ ସାମ୍ପୋ ଦିଆ, ତମ କଳା କେଶ । ମୋ କାନ ପାଖେ ତମ ମୁହଁ, ଆଉ ଗରମ ନିଃଶ୍ୱାସ ॥…

ଅଧିକ ପଢ଼ନ୍ତୁ
asamipa-samparka

ଅସମୀପ ସମ୍ପର୍କ

ସାଥେ ଥିଲେ ତୁମେ ଭଲଲାଗେ ମତେ ତୁମ ନାଁ ଡାକିବାକୁ ଏକା ଥିଲେ ମୁହିଁ ଭଲଲାଗେ ମତେ ତୁମ ଛବି ଦେଖିବାକୁ ॥ ବିତି ଯାଏ ଦିନ ପାହି ଯାଏ ରାତି ସରେ ନାହିଁ ମଧୁଗୀତି ସାଥେ ଥିଲେ ତୁମେ ଭଲ ଲାଗେ ମତେ କରିବାକୁ ଚୋରାପ୍ରୀତି ॥ ଫିକା ଲାଗେ ରଙ୍ଗ ତିକ୍ତ ଶୁଭେ ରାଗ ସାଥି ତୁମ ବିରହରେ ତୁମ ବିନା ପ୍ରିୟା ଚାନ୍ଦ ଲାଗେ ଅଧା ପୂର୍ଣ୍ଣ ଫଗୁ ପୂର୍ଣ୍ଣିମାରେ ॥ ଧରି…

ଅଧିକ ପଢ଼ନ୍ତୁ
ଯଦି

ଯଦି

ଯଦି କ୍ରୋଧର ଅନଳରେ ଜଳିନଥାନ୍ତି ସେଦିନ ହୁଏତ ଏ ଜୀବନେ ଆଜିବି ଥାଆନ୍ତା ଅସ୍ତିତ୍ୱ ତୁମର ନା ପ୍ରତି ମୁହୂର୍ତ୍ତରେ ଝୁରୁଥାନ୍ତା ଅଧିର ଏ ମନ ନା ଅବଶୋଷ କରୁଥାନ୍ତା ଚିର ଅପୂର୍ଣ୍ଣ ମୋ ସ୍ୱପ୍ନ । ଯଦି ପ୍ରାପ୍ତିର ଅଭୀପ୍ସାରେ ଲଙ୍ଘିନଥାନ୍ତି ଲକ୍ଷ୍ମଣ ରେଖା ବିବ୍ରତ ହେଉନଥାନ୍ତା ହୃଦୟ ପାଇବାକୁ ଶୀତଳ ସ୍ପର୍ଶ ମୃଗପ୍ରାୟ ଇତସ୍ତତଃ ଧାଇଁ ହୋଇନଥାନ୍ତି ମତ୍ତ ପାଇବାକୁ ସ୍ୱଶରୀରେ ସ୍ଥିତ କସ୍ତୁରୀ ରହସ୍ୟ । ଯଦି ଚାନ୍ଦିନୀ ରାତିର ଉନ୍ମାଦରେ ରଚିନଥାନ୍ତି ଧ୍ୱଂସର ଜୁଆର…

ଅଧିକ ପଢ଼ନ୍ତୁ
ନିଜ ଇଲାକାରେ

ନିଜ ଇଲାକାରେ

ଚଳ ଚଞ୍ଚଳ ଅସ୍ଥିର ଏ ମନ ରାତ୍ରୀର ରାଣୀ ପାହୁଣ୍ଡେ ପାହୁଣ୍ଡେ ଆଗକୁ ବଢ଼ାଉଛି ପାଦ । ଚାରିଆଡ଼ ଶୁନଶାନ ନିଃଶବ୍ଦ ଆକାଶରୁ ଝରିପଡ଼ୁଛି ଅଦିନିଆ ଫଗୁଣର କେଇଟୋପା ଲୁହ । ଶରୀରଟା ଅଳ୍ପ ଭିଜିଲା ଗେଣ୍ଡାପରି ଆଖିରେ ଜକେଇ ଉଠୁଛି ତରଳ ଲାଭା ସତେ କି ବାହାରି ଆସିବ ଅଚିହ୍ନା ବ୍ୟକ୍ତିଙ୍କ ଅଚିହ୍ନା ମୁହଁ । ବ୍ୟାକୁଳତା ବ୍ୟତିବ୍ୟସ୍ତ କରେ ମନରେ ସାହସ ଓ ଦମ୍ଭ ପାଦ ବଢ଼ାଏ ଆଗକୁ ଆଗକୁ । ସ୍ୱପ୍ନ ଅସରନ୍ତି ଅସତ୍ୟର ପଟୁଆର ଚାରିଆଡ଼େ ନିନ୍ଦା…

ଅଧିକ ପଢ଼ନ୍ତୁ