କଟକରୁ ଏକାମ୍ର
କଟକରୁ ଏକାମ୍ର

କଟକରୁ ଏକାମ୍ର

ଆହାଃ… କି ସ୍ପର୍ଶ ମୋ ପ୍ରିୟତମାର,
ସାମ୍ନାରେ ପ୍ରସସ୍ଥ ରାସ୍ତା,
କାଠଯୋଡ଼ିରୁ ଶୀତୁଆ ପବନ ।
ମୋ ବାଇକ ପଛେ ତମେ,
ଆଉ ତମ ବାହୁ ବନ୍ଧନ ॥

କଟକରୁ ଏକାମ୍ର,
ଏଇନେ ସରିଯିବ ।
“ଏଇ… ଟିକେ ଧୀରେ ଚଲାଅ” ତମ ଅନୁରୋଧ
ଆଉ ମୁଁ ନିରବ ॥

ମୌସୁମୀ ପ୍ରବେଶେ ମେଘୁଆ ଆକାଶ ।
ପବନରେ ଅସଜଡ଼ା ସଦ୍ୟ ସାମ୍ପୋ ଦିଆ,
ତମ କଳା କେଶ ।
ମୋ କାନ ପାଖେ ତମ ମୁହଁ,
ଆଉ ଗରମ ନିଃଶ୍ୱାସ ॥

ସ୍ଥାଣୁ ପଲଟନ୍ତା କି ଏଇଠି ସମୟ,
ବଢ଼ି ଯାଆନ୍ତା କି ଏକାମ୍ର ଦୂରତ୍ୱ,
ସବୁ ନିରବି ଯାଆନ୍ତେ କିଛି କ୍ଷଣ,
ଆମ ପ୍ରେମ ପାଅନ୍ତା ଗୁରୁତ୍ୱ ॥

ଏମିତି ଭାବି ଭାବି ମୋ ଗାଡ଼ି ଚାଲୁଥିଲା
ଆଉ ତମେ କୁନି ଛୁଆଟିଏ ପରି,
ଶୋଇଯାଇଥିଲ ମୋ ପିଠିକି ଆଉଜି ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu