You are currently viewing ଅଭିମାନ
ଅଭିମାନ

ଅଭିମାନ

ଅଭିମାନ…
ଲୁଚିଛି ଯେଉଁଠି ଆତ୍ମୀୟତା
ମିଛିମିଛିକା ରାଗରୁଷା
କଥା କଟାକଟି
ମନ ଫଟାଫଟି
କଟି ପରେ ମିଟି ।

ଅଭିମାନ…
ତେଜ୍ୟପୁତ୍ରର ଧମକ
କୁଳାଙ୍ଗାର, ଅପଦାର୍ଥ ପରି
ଗାଳି ପଛର ବିସ୍ତୃତ ସ୍ନେହ,
ନନାଙ୍କ ଗାମୁଛାଠାରୁ
ବୋଉର ପଣତ ।

ଅଭିମାନ…
କୁଆଁରୀ ମନ ତଳ
ଲୁଚାଣିଆ ପ୍ରେମ
ପରୋକ୍ଷ ପ୍ରୀତି,
ନାକ ଆଗ ରାଗ
ଆଖି ତଳ ଦୟାନ‌ଦୀ,
ବୁଝିବା କାଠିକର ପାଠ ।

ଅଭିମାନ…
ହକ୍ ହାସିଲର ଶୀତଳ ଯୁଦ୍ଧ
ସମ୍ପର୍କର ନୂଆ ମୋଡ଼
କେତେ ଲହୁଲୁହାଣ
ପରେ ପ୍ରୀତିଭରା ଚୁମ୍ବନ,
ପୁନଃ ଅଭିମାନ ନକରିବାର
ଶତ ପ୍ରତିଶତ ମିଥ୍ୟା ପ୍ରତିଶୃତି ।

ପଲ୍ଲବୀ ପୂଜାପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ପୂଜାପଣ୍ଡା ଜଣେ କ୍ଷୁଦ୍ରଗଳ୍ପ ଲେଖିକା, କବି, ଅଧ୍ୟାପିକା, ପାଠିକା । ତାଙ୍କ ରଚିତ କବିତା ପ୍ରାୟ ସବୁବେଳେ ଫେସବୁକରେ ସେ ଛାଡ଼ୁଥିଲେ, ମାତ୍ର ପରେ ପ୍ରଥମେ ଶୁଭପଲ୍ଲବ ଜରିଆରେ ପତ୍ରିକାରେ ପ୍ରକାଶ ପାଇବା ଆରମ୍ଭ କରିଥିଲା । ସେ ଶୁଭପଲ୍ଲବର ଅନେକ ଗଳ୍ପ, କବିତାକୁ ଅଡ଼ିଓ ଭାବରେ ରେକର୍ଡ଼ କରିଛନ୍ତି ।