ଶୁଭପଲ୍ଲବ
ବିଭାବରୀ ଅନ୍ତେ ଉଷା ପ୍ରବେଶିଲା ପଲ୍ଲବରେ ଶୁଭ ଆସିଲା ପଲ୍ଲବେ ନୀହାର ମୁକ୍ତା ପରି ଦିଶେ ରବି ରଶ୍ମି ଯେଣୁ ପଡ଼ିଲା । (୧) ମଧୁମୟ ବନେ ବିହଙ୍ଗ ସଙ୍ଗୀତ ସମୀରଣେ ଭାସି ଆସିଲା ମଧୁପର ମଧୁ ଗୁଞ୍ଜେ ଗୁଞ୍ଜରଣ ଝିଙ୍କାରି ଝଙ୍କାର ସରିଲା । (୨) ପ୍ରାଚୀ ଗଗନରେ କୁଆଁତାରା ଧୀରେ ଅଳପ ଅଳପ ଲୁଚିଲା ନବପଲ୍ଲବରେ ଶୁଭ ଆସିଗଲା ଫୁଲେ ଫୁଲେ ବାସ ଛୁଟିଲା । (୩) କଜଳପାତିଟି ନିଦରେ ଚମକେ ତରୁର ଗହଳ ଶାଖାରେ ସୁରଭି ନର୍ତ୍ତନେ…

