You are currently viewing ସହଯାତ୍ରୀ
ସହଯାତ୍ରୀ

ସହଯାତ୍ରୀ

ଆଜି ଫେରିବାର ଅଛି
ଆଉ ଥରେ ଆସିବି କି ନାହିଁ ଜଣା ନାହିଁ
କ’ଣ ନେବି କ’ଣ ଛାଡ଼ି ଯିବି?
ଅଳନ୍ଦୁ ଭିଡ଼ରେ
ପରିଚୟର ଧସ୍ତାଧସ୍ତିରେ
କିଛି ମୁହୁର୍ତ୍ତ
ଝୁଲୁଛି କାଚ ବନ୍ଧେଇରେ,
ସମୟକୁ ହରେଇଥିବା
ସ୍ମୃତିର ଆଲବମ
ଏବେ ଚାପି ହେଇଯାଇଛି
ନୂଆ ଲୁଗାର ପରସ୍ତରେ
ଅବିଶ୍ୱାସୀ ଅନ୍ଧାରରେ
ହାତ ଛାଡ଼ିଦେଇଥିବା ଛାଇ
ଏବେ ନିଜେ ପଥ ହରା
କୁହୁଡ଼ି ଭରା ଜୀବନ ଦୋଛକିରେ
କାହାକୁ କରିବି ସହଯାତ୍ରୀ?

ହିସାବ ନିକାଶ ପରେ
ଖୋଜି ପାଇଲି
ହୄଦୟର
ବନ୍ଦ ସିନ୍ଦୁକ ସେପାଖେ
ବନ୍ଧା ପଡ଼ିଥିବା ମୁଠାଏ ସ୍ୱପ୍ନ
କିଛିକୁ ପାଥେୟ କରି
ଜିଁ ଗଲି ଏତେ ଦିନ
ହେଉପଛେ ଅସମ୍ପୂର୍ଣ୍ଣ, ଆଉ କିଛି
ଅନୁରକ୍ତ ସ୍ୱପ୍ନ
ମୋର ସହଯାତ୍ରୀ
ମୋ ସହ ହୋଇବେ ନିଶ୍ଚିହ୍ନ ।

ଜ୍ୟୋତ୍ସ୍ନା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜ୍ୟୋତ୍ସ୍ନା ଜେନା ଓଡ଼ିଆ ଭାଷାରେରେ ବିଭିନ୍ନ ପ୍ରକାରର ଗପ, କବିତା ଓ ଭ୍ରମଣ କାହାଣୀ ଆଦି ରଚନା କରିଥାନ୍ତି । ସୋସିଆଲ୍ ମିଡ଼ିଆରେ ତାଙ୍କ ଲେଖାଗୁଡ଼ିକ ଆଦୃତିଲାଭ କରିଛି ।