You are currently viewing ଭକତର ଡାକ
ଭକତର ଡାକ

ଭକତର ଡାକ

ଭାବରେ ଭକ୍ତିରେ ଜଗନ୍ନାଥ ତୁମେ
ବନ୍ଧା ଭକତର ଡୋରେ,
ଜାଣେନା ମୁଁ ପ୍ରଭୁ ତୁମ ବିନା କିଛି
ଶରଣ ତୁମ ପୟରେ ।
ସଖା ବନ୍ଧୁ ମୋର କାଳିଆ ସାଆନ୍ତ
ତୁମ ବିନା ଗତି ନାହିଁ,
ମୋ ପ୍ରାଣ ରଥର ସାରଥିଟେ ହୋଇ
ପାଖକୁ ନିଅ ଗଡ଼େଇ ।
ମହାପ୍ରଭୁ ମୋର ବଳିଆର ଭୂଜ
ଏତିକି କରୁଣା କର,
ଜୀବ ଗଲା ବେଳେ କରିବି ଦର୍ଶନ
ତୁମ ସେ ଚକାଡୋଳାର ।
ମାଗୁ ନାହିଁ ପ୍ରଭୁ ତୁମକୁ ମୁଁ କିଛି
ଜୀବନ ଅପରାହ୍ନରେ,
ଏତିକି ଆଶିଷ ରଖିଥାଅ ପ୍ରଭୁ
ତୁମରି ଭକ୍ତ ଉପରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜଗଦୀଶ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିବା ସହିତ ୟୁ-ଟ୍ୟୁବ୍‌ରେ ତାଙ୍କ ରଚନାର ପଡ଼୍‌କାଷ୍ଟ କରନ୍ତି ।