You are currently viewing ବର୍ଷା ଓ ବୟସ
ବର୍ଷା ଓ ବୟସ

ବର୍ଷା ଓ ବୟସ

ବର୍ଷା ଝରେ
ଟପ୍‌ଟାପ୍ ସୁରରେ
ସୁ.. ସୁ.. ଶବ୍ଦରେ
ଦୋଳି ଖେଳେ ପବନ ସାଥିରେ ।
ଉଲ୍ଲସିତ ହୁଏ ଚାଷୀ
ବିଭୋର ହୁଏ କବି
କୁରୁଳି ଉଠନ୍ତି ପ୍ରଣୟ-ପ୍ରଣୟୀ,
ମାଟି ପ୍ରସବିଯାଏ
ଅନାବନା କେତେ ଯେ ନବପଲ୍ଲବ
ତା’ର ଠିକଣା ନଥାଏ ।

ବର୍ଷାର ସୁରେ ସୁରେ ମନେପଡ଼େ ପିଲାବେଳ
ପାଣି ଫୋଟକା ସହ କାଗଜ ଡଙ୍ଗାର ଖେଳ,
ଓଦା ଓଦା ସ୍କୁଲ ଫେରନ୍ତା ସମୟ ।

ବର୍ଷାର ସଙ୍ଗୀତ ଠିକ୍ ଜୀବନ ସଙ୍ଗୀତ ପରି,
ବର୍ଷା ଆସୁଥାଏ-ଯାଉଥାଏ
ବଢ଼ି ଚାଲିଥାଏ ବୟସ ।
ଶେଷରେ କିନ୍ତୁ…
ବୟସ ହାରିଯାଏ ବର୍ଷା ପାଖରେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟବ୍ରତ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।