ତୁମପାଇଁ
କେବେ ହେଲେ ତୁମ ମଥାର କୁଙ୍କୁମ କେବେ ଗଭାର ଗଜରା, ନୟନ ଅଞ୍ଜନ ହେଲେ କେତେବେଳେ ପୁଣି କେବେ ଗଳାହାରା । ନହୁଲି ଅଧରେ ନାଲି ଗାଢ଼ ରଙ୍ଗ ଲାଜରା ବଦନ ହସ, ଆଉ କେବେ ହେବି ପାଦର ନୁପୁର କେବେ ତୁମ ଝୀନବାସ । ଆଉ କେତେବେଳେ କେଶର ଚେପଣା ସରୁ ଆଙ୍ଗୁଳି ମୁଦ୍ରିକା, କେବେ ପୁଣି ହେବି ହସ୍ତ ଦ୍ୱୟ ଶଙ୍ଖା କେବେ କାନର ଝୁମକା । ଅତର ହୋଇଣ ଦେହରେ ଲାଖିଣ ମହକିବି ଅନୁକ୍ଷଣେ, କେବେ ହୋଇ…

