hrudayare-krushna

ହୃଦୟରେ କୃଷ୍ଣ

ମନ ମୟୂରୀ ମୋ ନାଚୁଛି ଯେ ଆଜି କୃଷ୍ଣ ଗୋ ତୁମ ବଂଶୀର ସ୍ୱରେ, ନାଚୁଥିବ ନାଚୁଥିବ ମୋର ମନ ତୁମ ଭକ୍ତିଭରା ପ୍ରେମ ଆଳାପରେ । (୧) ତୁମ ମଥାରେ ସେ ମୟୂର ପୁଚ୍ଛିକା ଜାତ ପରଶେ ଗଲେ ଦୋହଲି, ହାଡ଼ ମାଂସର ଏ ଶରୀର ଭିତରେ ରଚିଯାଅ ତୁମେ ହୋଲି । (୨) ହୁଅନ୍ତିକି ତୁମ ହାତର ବଇଁଶୀ ଲାଖିଯିବି ଅଧରରେ, ରଙ୍ଗେଇ ଦେବି ମୁଁ ମୋ ତନୁ ମନକୁ ନାଲି ଅଧରର ଗାରେ । (୩) କଳାରଙ୍ଗ…

ଅଧିକ ପଢ଼ନ୍ତୁ

ଗୀତ ଶୁଭେ ଫୁଲ ବଉଳବେଣୀ

ବରଷାରାଣୀ ଯେ ବିଦାୟ ଘେନିଲା ଧରାକୁ ଆସିଲା ଶରତ ଆକାଶରେ ନାହିଁ ବାଦଲର ଛବି ହସି ଉଠିଲାଣି ମରତ ॥୧॥ ନବପଲ୍ଲବରେ ଶିଶିର ବିନ୍ଦୁର ଶୁଭଦୃଷ୍ଟି ଟିକେ ପଡ଼ିଲା ସୁରୁଜ ମୁରୁଜ ବୁଣିଦେଲା ପରେ ମୁକ୍ତା ବିନ୍ଦୁ ପରି ଦିଶିଲା ॥୨॥ ନଈଜଳ ଏବେ କାଚକେନ୍ଦୁ ପରି ଦର୍ପଣ ପରାଏ ଦିଶୁଛି ପଠା ଧାରେ ତା’ର କାଶତଣ୍ଡି ଫୁଲ ସମୀର ପରଶେ ହସୁଛି ॥୩॥ ଶରତ ଋତୁରେ ରାଣୀଫୁଲ ଜହ୍ନ ରୂପ ଦିଶେ ତା’ର କି ପରିଷ୍କାର…

ଅଧିକ ପଢ଼ନ୍ତୁ
Bhandariare-sandhya

ଭଣ୍ଡାରିଆରେ ସନ୍ଧ୍ୟା

ତୋଡ଼ି ରାମ୍ପେ ଦଣ୍ଡିକିରି ଉବୁଟୁବୁ ହୁଏ କେରାଣ୍ଡି ବା ଗଡ଼ିଶାଟେ ଝୁଲେ ଏଇ ଆଦିବାସୀ ପିଲାର ବନଶୀରେ ନିର୍ଗଳ ପାଣିର ସୁଅରେ ଛାଞ୍ଚ ବସେ, ସୂର୍ଯ୍ୟ ଖସେ ନିଘଞ୍ଚ ଏ ଶାଲବଣ ଧାରେ କମ୍ର ଓ କୁଞ୍ଚିତ ବଣ ଦୀର୍ଘ ଏକ ଶାଳର ତୋରଣ ଏଥୁଁ ଖସେ ଅନାବନା ଭୂଇଁ କପୋତିର ଶୀର୍ଣ୍ଣ ଡେଣା ଛୁଇଁ ଘଞ୍ଚ କେଉଁ ବୁଦାର ଉତାଳେ ପବନ କି ନୃତ୍ୟକରେ ଅତେଣ୍ଡି ଲତାରେ ଆଉ କୁରେହିର ଫୁଲଙ୍କ ମେଳାରେ ସ୍ୱର୍ଣ୍ଣଛଟା ବିଦାୟୀ…

ଅଧିକ ପଢ଼ନ୍ତୁ
nije-sudhuriba-sabuthu-sasta

ନିଜେ ସୁଧୁରିବା ସବୁଠୁ ଶସ୍ତା

ବ୍ୟବସ୍ଥା ଅବସ୍ଥା ବିଗିଡ଼ି ଯାଇଛି ଉଜୁଡ଼ି ଯାଇଛି ସବୁ ସଜାଡ଼ିବା ଲୋକେ ବିଗିଡ଼ିବେ ଯେବେ କିଏ ସେ କରିବ କାବୁ? ରାଜନେତା ଆମ ଭାରି ଚାଲାକିଆ କଥାରେ କରନ୍ତି ଯାଦୁ ଟଙ୍କାରେ ନହେଲେ, ହାତ ଗୋଡ଼ ଧରି ଭୋଟ କରନ୍ତି କାବୁ । ପାଇଲେ ଭୋଟ କମାନ୍ତି ନୋଟ ବାଦା ଇରାଦାକୁ ଭୁଲି ନାନା ସମସ୍ୟାର ବୋଝ ଭାର ତଳେ ଜନତା ସାଜଇ କୁଲି । ଯେଉଁ ହାତ ଥରେ ଜନତାକୁ ଯୋଡ଼ି ସମର୍ଥନ ଭିକ୍ଷୁଥିଲା ସେହି ହାତ ଆଜି…

ଅଧିକ ପଢ଼ନ୍ତୁ
Dagadia Kalia

ଦଗାଦିଆ କାଳିଆ

ବଡ଼ ଦଗାଦିଆ ତୁ ଜଗା କାଳିଆ, ଚଲେଇଲୁ କେତେ ବାଟ । ଖୋଜି ଖୋଜି ତତେ ନୟାନ୍ତ ହେଲିଣି, ଦେଖଉଛୁ ପୁଣି ଥାଟ ॥ ତତଲା ବାଲିରେ ପାଦ ପାଏ କଷ୍ଟ, ଝରେ ବିନ୍ଦୁ ବନ୍ଦୁ ସ୍ୱେଦ । ଅନାଥର ନାଥ ବୋଲି ଉଡ଼େ ଧ୍ୱଜା, ମୋ ବେଳକୁ କଲୁ ଛନ୍ଦ ॥ ଥିଲା କେଉଁ ରାଗ ମୋ ପ୍ରତି ତୋହର, ଗମ୍ଭୀରିରେ ଗଲୁ ଲୁଚି । ମୁହିଁ ସିନା ବାଇ ମରେ ତୋ’ପାଇଁ, ଦୁଃଖ ପାଏ ତୋତେ ଖୋଜି । ଷାଠିଏ…

ଅଧିକ ପଢ଼ନ୍ତୁ