ଦଗାଦିଆ କାଳିଆ
ଦଗାଦିଆ କାଳିଆ

ଦଗାଦିଆ କାଳିଆ

ବଡ଼ ଦଗାଦିଆ ତୁ ଜଗା କାଳିଆ,
ଚଲେଇଲୁ କେତେ ବାଟ ।
ଖୋଜି ଖୋଜି ତତେ ନୟାନ୍ତ ହେଲିଣି,
ଦେଖଉଛୁ ପୁଣି ଥାଟ ॥

ତତଲା ବାଲିରେ ପାଦ ପାଏ କଷ୍ଟ,
ଝରେ ବିନ୍ଦୁ ବନ୍ଦୁ ସ୍ୱେଦ ।
ଅନାଥର ନାଥ ବୋଲି ଉଡ଼େ ଧ୍ୱଜା,
ମୋ ବେଳକୁ କଲୁ ଛନ୍ଦ ॥

ଥିଲା କେଉଁ ରାଗ ମୋ ପ୍ରତି ତୋହର,
ଗମ୍ଭୀରିରେ ଗଲୁ ଲୁଚି ।
ମୁହିଁ ସିନା ବାଇ ମରେ ତୋ’ପାଇଁ,
ଦୁଃଖ ପାଏ ତୋତେ ଖୋଜି ।

ଷାଠିଏ ପଉଟି ଏକା ଗଲୁ ଖାଇ,
ଡାକି ମତେ ବହୂ ଦୂରୁ ।
ଆସି ନ ପାରିବ ବୋଲିକି କାଳିଆ,
ପଣ୍ଡାକୁ ଜଗାଇ ଥିଲୁ !

ତୁଳସୀ ଦୟଣା ବାହୁରେ ଲମ୍ୱିଛି,
ଉଝଟ ଦିଶେ ବଦନ ।
ରତ୍ନ ସିଂହାସନେ ବସି ମଉନରେ,
ଦେଖାଉଛୁ ରାଜାପଣ ॥

ଜଗତ ଜୀବନ ତୁହି ଜଗନ୍ନାଥ,
ତୁଚ୍ଛାରେ କହେ ଦୁନିଆ ।
ଲୋକ ଚିହ୍ନି କରୁ ସ୍ନେହ ହତାଦର,
ଆଜି ମୁଁ ବୁଝିଲି ସିନା ॥

କାଣିଚାଏ ଦେବୁ କୃପା ତୋ’ର ଅବା,
ଖାଲି ହାତେ ଯିବି ଫେରି ।
ଲେଉଟା ଯାଚକ କଲେ ଅପଯଶ,
ଦୋଷ ନ ଦେବୁ ମୋହରି ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu