You are currently viewing ପ୍ରଭୁ
ପ୍ରଭୁ

ପ୍ରଭୁ

ସୟନେ ସପନରେ ଜାଗରଣେ ପ୍ରଭୁ
ଭଜି ତୁମ ନାଁ କାଳିଆ
ସୁଖର ଦୁଃଖରେ ଅବାଟରେ ଗଲେ
ହାତ ଧରିଥିବୁ ବନମାଳିଆ
ସୁବାଟରେ ମତେ ଯିବାକୁ ପ୍ରଭୁ ହେ
ଦିଅ ମତେ ଟିକେ ବୁଦ୍ଧି
ତୁମ ଆଶିଷରେ ମୋ ଜୀବନରେ
ମୁଁ ପର୍ବତ ପାରିବି ଲଙ୍ଘି
ପିତାମାତା ମୋର ପଥ ପ୍ରଦର୍ଶକ
ଭାଇ ଭଉଣୀ ମୋ ଶକ୍ତି
ତୁମ ପାଦେ ଆମ ଧ୍ୟାନ ରହିଥିବ
ଥିଲେ ଆମ ମନେ ଭକ୍ତି
ଏତିକି ମିନତୀ ତୁମକୁ କାଳିଆ
ଦିଅ ମତେ ବିଦ୍ୟା ବଳ
ସେଇ ବିଦ୍ୟା ବଳେ ଚିହ୍ନି ମୁଁ ପାରେ
କିଏ ବିଦ୍ୱାନ କିଏ ଖଳ ॥

ଭାଗ୍ୟବତୀ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକା (Shubhapallaba Online Odia Magazine) ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା । ଏହି ପତ୍ରିକାଟି ୨୦୧୮ ମସିହାର ଜାନୁଆରୀ ମାସ ୧ ତାରିଖ ନୂଆବର୍ଷଠାରୁ ପ୍ରକାଶ ପାଇ ଆସୁଛି । ଓଡ଼ିଆ ପାଠକପାଠିକାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ଗୁଲି ଗପ ଆଦିକୁ ନେଇ ପ୍ରତ୍ୟେକ ତିନି ମାସରେ ଥରେ ଏହା ପ୍ରକାଶ ପାଇ ଆସୁଛି । ଏହି ପତ୍ରିକାଟି ୨୦୨୦ ନବବର୍ଷରୁ ମାସିକିଆ ପତ୍ରିକା ଭାବରେ ପ୍ରକାଶ ପାଇବାକୁ ଯାଉଛି ।