You are currently viewing ଇଏ କି ପ୍ରେମ
Ea Ki Prema

ଇଏ କି ପ୍ରେମ

ଚକୋଲେଟ୍ ତତେ ଦେବିନାହିଁ ପ୍ରିୟା
ମନାକରିଛି ମୋ ବୋଉ
ଚକୋଲେଟ୍ ତତେ ଦେଇଦେଲେ କାଳେ
ତୁ ଦେଖାଇବୁ ମୋତେ ଭାଉ
ମାନିଲି ନାହିଁ ମୁଁ ବୋଉର କଥା ତୋ ପ୍ରେମରେ ଗଲି ଭାସି
ଜାଣି ମୁଁ ନଥିଲି ଅଧା ବାଟରେ ତୁ ଦେଇଦେବୁ ମୋତେ ଫାଶୀ ।

ଗୋଲାପ ଦିବସ ମୋ ସାଥେ ପାଳିଲୁ
ପ୍ରେମ ନିବେଦନ ମୋତେ ବି କରିଲୁ
ହେଲେ କହିକି ପାରିବୁ ମୋତେ
ମୋ ସହ କାହିଁକି ଛଳନା କରିଲୁ
କେଉଁ ଦୋଷେ କହ ଦେଲୁ ଏତେ ଶାସ୍ତି
ଏଇ କ’ଣ ଥିଲା ଆମ ପ୍ରେମ ଦୋସ୍ତି ।

କାହିଁକି କରିଲୁ ଛଳନା ମୋ ସହ
ତୋ ଆଖିରେ ଥିଲା କି ଆଉ କାହା ମୁହଁ
କେତେଯେ ସପନ ଦେଖାଇ ମୋତେ
ଚାଲିଗଲୁ ତୁ ଯେ ଆଉ କାହା ସାଥେ
ଇଏ କି ଥିଲା ତୋ ପ୍ରେମ
ମାନିଲି ନାହିଁ ମୁଁ ବୋଉର କଥାକୁ
କଲି କାଇଁ ତୋତେ ପ୍ରେମ ।

ବିରେନ୍ଦ୍ର ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିରେନ୍ଦ୍ର ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ରଚନା କରନ୍ତି ।