You are currently viewing ଚକଲେଟ୍ ଦିବସ ! ପ୍ରଥମ ଦେଖା…
Chocolate-day-1st-meet

ଚକଲେଟ୍ ଦିବସ ! ପ୍ରଥମ ଦେଖା…

ସହରର ଏକ ପାର୍କରେ ଏକୁଟିଆ ବସି ବାରମ୍ବାର ନିଜ ମୋବାଇଲ ଆଉ ପାର୍କର ପ୍ରବେଶ ପଥକୁ ଅନେଇ ବସିଥାଏ ରାଜ୍ୟର ସବୁଠୁ ପ୍ରତିଭାବାନ ଯୁବ ମହିଳା ଆଥଲେଟ୍ ଖୁସି । ବୟସ ଅଠର ଉଣେଇଶ ହେବ; ମାତ୍ର ଏ ବୟସରେ ବି ରାଜ୍ୟ ପାଇଁ ଅନେକ ଗୈାରବ ଆଣି ଦେଇଥିଲା ଖୁସି । ଆଖିରେ ଅନେକ ସ୍ୱପ୍ନ, ତାହାର ଆଦର୍ଶ ମେରିକମ୍ ଭଳି ହେବ । ପ୍ରିୟ, ସାଧାରଣ ପ୍ରଶଂସକରୁ ଖୁସିକୁ ଅତି ନିଜର ହୋଇ ସାରିଥିଲା, ମନେ ମନେ ଖୁସିକୁ ନେଇ ଅନେକ ସ୍ଵପ୍ନ ମଧ୍ୟ ଦେଖିଥିଲା, ହେଲେ ସେ ସ୍ଵପ୍ନ ସବୁ ଖୁସି ପାଇଁ ଥିଲା । ଖୁସି କେମିତି ଦେଶକୁ ପ୍ରତିନିଧିତ୍ଵ କରିବ, ଅଲମ୍ପିକରେ ସୁନା ମେଡାଲ ଆଣିବ ଏମିତି କିଛି, ସେଥିପାଇଁ ହୁଏତ ଖୁସିର ମନରେ ପ୍ରିୟ ପାଇଁ କେଉଁଠି ନା କେଉଁଠି ଅନେକ ଦୁର୍ବଳତା ଥିଲା ।

ହେଲେ ସମ୍ପର୍କ ଫେସବୁକ ପରିଚୟରୁ ମୋବାଇଲ ନମ୍ବର ଦିଆନିଆ ଆଉ ଘଣ୍ଟା ଘଣ୍ଟା ବନ୍ଧୁ ଶୁଭଚିନ୍ତକ ଭାବେ କଥା ହେବା ପର୍ଯ୍ୟନ୍ତ ସୀମିତ ଥିଲା, ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ପ୍ରିୟ ସମାନ ସହରରେରେ ରହୁଥିଲେ କେବେ ଦେଖା କରିବାର ଜିଦ୍ କରି ନଥିଲା, ଖୁସି ବି କେବେ ଦେଖା କରିବାର ସୁଯୋଗ ଦେଇ ନଥିଲା । ଫେବୃଆରୀ ମାସର ପ୍ରେମ ସପ୍ତାହ ଆରମ୍ଭରେ କଲେଜ ହଷ୍ଟେଲରେ ଯେମିତି ଖୁସିର ଲହରୀ ଖେଳିଯାଇଥିଲା, ସମସ୍ତେ ନିଜ ନିଜ ପ୍ରେମିକାଙ୍କୁ ଦେଖାକରିବା ସହ ତାଙ୍କ ସହ ସମୟ ବିତାଉଥିଲେ, ହେଲେ ପ୍ରିୟର ଇଛା ଥିଲେ ମଧ୍ୟ ଖୁସିକୁ କହିବା ପାଇଁ କେବେ ସାହାସ କରି ନାହିଁ ।

ଏମିତି ଗୋଲାପ ଦିବସ, ପ୍ରେମ ନିବେଦନ ଦିବସ ବିତିଗଲା ଆଉ କଥା ଆଗକୁ ବଢ଼ି ପାରିଲା ନାହିଁ । ରାତି ପ୍ରାୟ ଦୁଇଟା ହେବ, ହଠାତ୍ ପ୍ରିୟର ମୋବାଇଲକୁ ଏକ ମେସେଜ ଆସିଲା, ନିଦ ବାଉଳାରେ ପ୍ରିୟ ମୋବାଇଲ ଖୋଲି ଯାହା ଦେଖିଲା ବିଶ୍ଵାସ କରି ପାରିଲା ନାହିଁ; ଏ ମେସେଜଟି ଖୁସି ର ଥିଲା । ଆଉ ମେସେଜରେ ଲେଖା ଥିଲା, “ଚକଲେଟ୍ ଦିବସର ଅଭିନନ୍ଦନ, ଗୋଲାପ ଫୁଲ ନହେଲେ ନାହିଁ ପ୍ରିୟ ବାବୁ କାଲି ଗୋଟାଏ ଚକଲେଟ୍ ତ ଦିଅନ୍ତୁ । ମୁଁ ଆପଣଙ୍କ ଅପେକ୍ଷାରେ ।” ମେସେଜ ଏତିକିରେ ସରି ଯାଇଥିଲା ହେଲେ, ପ୍ରିୟର ମନରେ ଅସରନ୍ତି ସ୍ଵପ୍ନ ଉଙ୍କି ମାରିଲା, ଆଉ ପ୍ରତିଉତ୍ତର କେବଳ “କାଲି ନିଶ୍ଚିତ ଚକଲେଟ୍ ମିଳିବ ଆଉ ଥ୍ୟାଙ୍କ୍ ୟୁ ଖୁସି” ଥିଲା ।

ପାର୍କର ପ୍ରବେଶ ପଥକୁ ଅନେଇ ରହିଥିବା ଖୁସିର ମୁହଁରେ ହଠାତ ଖୁସିର ଏକ ହସ ଖେଳିଗଲା, ପ୍ରିୟ ଆସି ଯାଇଥିଲା । ଏମିତି ଥିଲା ପ୍ରିୟ ଆଉ ଖୁସିର ପ୍ରଥମ ଦେଖା…

ସତ୍ୟବ୍ରତ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...