You are currently viewing ମଶାଣୀପୀଠ
ମଶାଣୀପୀଠ

ମଶାଣୀପୀଠ

ଗାଁ’ଠାରୁ ଦୂରକୁ ମୋହର
ସ୍ଥାନଟିଏ ଜାଣିଥିବ,
ପିଲା ବୃଦ୍ଧ ଦେଖେଁ ନାହିଁ ମୁଁ
ସଭିଙ୍କୁ ଜାଗା ମିଳିବ ।୧।

ପ୍ରାଣ ଛାଡ଼ି ଦେଲେ ଶରୀର
କୋଳରେ ମୋର ଲୋଟିବ,
ଭାଗ୍ୟ ନେଇ ତ ଆସିଥିଲ
କର୍ମ ନେଇ ଫେରିଯିବ ।୨।

ନ କରେ ଘୃଣା ମୁଁ କାହାକୁ
ଦେଖେ ନାହିଁ ବଡ଼ ସାନ,
ଧନୀ କି ଗରୀବ ଜାଣେନା
ମୋ ପାଶେ ସବୁ ସମାନ ।୩।

ସଙ୍ଗେ ତୋର କେହି ନ ଯିବେ
ଏଇ କଥା ଦେବୁ ଧ୍ୟାନ,
ଯାହା ସଞ୍ଚିଥିବୁ ରହିବ
ନ ନେବୁ ଅର୍ଜିତ ଧନ ।୪।

ଜୁଇ ଚିତା ଲୋଡ଼ା କା ପାଇଁ
ନିଆଁରେ କେ ଜଳି ଯିବ,
ସମ୍ବଳ ନ ଥିଲେ ପାଖରେ
ମାଟିରେ ପୋତା ହୋଇବ ।୫।

କହୁଛି ମୋ କଥା ଶୁଣ ହେ
ମନେ କରନା ଗରବ,
ସଭିଙ୍କୁ କରିଲେ ନିଜର
ସୁଖରେ ଦିନ କଟିବ ।୬।

ମଳ, ମୁତ୍ର, ଛେପ, ଖଙ୍କାରେ
ଆବୃତ ଚର୍ମର ଘଟ,
ଆୟୂଷ ସରିଲେ ତୋହର
ଦିନେ ହୋଇଯିବ ନଷ୍ଟ ।୭।

ସର୍ବେ ଯିବେ ଦିନେ ବାହୁଡ଼ି
ସରିଲେ ଜୀବନ ନାଟ,
ସଭିଙ୍କୁ ନେବି ମୁଁ କୋଳେଇ
ନାଆଁ ମୋ “ମଶାଣୀପୀଠ” ।୮।

– ଅକ୍ଷୟ କୁମାର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅକ୍ଷୟ କୁମାର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।